୧ ଲକ୍ଷ ଟଙ୍କାରେ ବ୍ୟାଙ୍କ୍ ନିଲାମ କରୁଛି ନୂଆ କାର୍ ! ମାତ୍ର ୧୩ ହଜାର ଟଙ୍କା ରହିଛି ଡାଉନ୍ ପେମେଣ୍ଟ୍ ।

3,336

ବ୍ୟାଙ୍କରୁ ଲୋନ୍ ନେଇଥିବା ଲୋକ ଯେଉଁମାନେ ଋଣ ଶୁଝି ପାରୁନାହାନ୍ତି ସେମାନଙ୍କ ଗାଡିକୁ କବଜାରେ ନେଇ ବ୍ୟାଙ୍କ୍ ଏବେ ନିଲାମ କରିବାକୁ ଯାଉଛି । ଏହି ନିଲାମରେ ଅନେକ ନୂଆ ନୂଆ ଗାଡି ଏବଂ କମର୍ସିଆଲ୍ ବାହନ ମଧ୍ୟ ସାମିଲ ଅଛି । ତେବେ ଆପଣ ଯଦି ଏହି ଗାଡି କିଣିବାକୁ ଚାହୁଁଛନ୍ତି ତେବେ ନିମ୍ନରେ ଦିଆଯାଇଥିବା ଖବର ଉପରେ ଧ୍ୟାନ ଦିଅନ୍ତୁ ।

କିଭଳି କରିବେ ଆବେଦନ : ଯଦି ଆପଣ ଏହି ନିଲାମରେ ସାମିଲ ହେବାକୁ ଚାହୁଁଛନ୍ତି ତେବେ ଆପଣ ଭବଦ୍ଭଳବଙ୍କମଗ୍ଧସକ୍ଟଦ୍ଭ.ସଦ୍ଭ କୁ ଯାଇ ହ୍ୱିକଲ୍ କାଟାଗୋରୀରେ ନିଲାମ ପାଇଁ ଆବେଦନ କରିପାରିବେ ।

୧.୩୫ ଲକ୍ଷ ଟଙ୍କାରେ ମାରୁତି ରିଟଜ୍ : ଆପଣଙ୍କୁ ବିଶ୍ୱାସ ହେବ ନାହିଁ କିନ୍ତୁ ଦିଲ୍ଲୀର କରପୋରେସନ୍ ବ୍ୟାଙ୍କ୍ ମହିପାଲପୁର ଶାଖାରେ ମାରୁତି ରିଟଜ୍ ର ନିଲାମି ହେଉଛି ଯାହାର ରିଜର୍ଭ ପ୍ରାଇସ୍ ୧.୩୦ ଲକ୍ଷ ଥିବାବେଳେ କିନ୍ତୁ ଯଦି ଆପଣ ବୋଲି ଲଗାନ୍ତି ତେବେ ଆପଣଙ୍କୁ ଏକ୍ସଟ୍ରା ୫୦୦୦ ଟଙ୍କା ଦେବାକୁ ପଡିବ । ଅର୍ଥାତ୍ ଆପଣଙ୍କୁ ୧.୩୫ ଲକ୍ଷ ଟଙ୍କାରେ ମାରୁତି ରିଟଜ୍ କାର୍ ମିଳିପାରିବ । ଯଦି ଆପଣ ଏହାର ଲୋନ୍ କରନ୍ତି ତେବେ ଆପଣଙ୍କୁ ୧୩,୦୦୦ ଟଙ୍କାର ଡାଉନପେମେଣ୍ଟ୍ କରିବାକୁ ପଡିବ । ୨୨ ଜାନୁଆରୀ ୨୦୧୯ ଦିନ ୧୧.୪୫ ରୁ ୧.୧୫ ପର୍ଯ୍ୟନ୍ତ ନିଲାମ ଡକାଯିବ । ଏଥିପାଇଁ ଆପଣ ୨୧ ଜାନୁଆରୀ ୨୦୧୯ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଆପ୍ଲାଏ କରିପାରିବେ । ଏହି ବ୍ୟାଙ୍କ ଆଉ ଏକ ମାରୁତି ରିଟଜ୍ ର ନିଲାମି କରୁଛି ଯାହାର ରିଜର୍ଭ ପ୍ରାଇସ୍ ୨.୧୦ ଲକ୍ଷ ଥିବା ବେଳେ ଏହାର ବିଡ ଇନକ୍ରିମେଣ୍ଟ୍ ୫ ହଜାର ଟଙ୍କା ।

କମର୍ସିଅଲ୍ ବାହନ ମଧ୍ୟ ମିଳୁଛି ଶସ୍ତାରେ : କମର୍ସିଅଲ୍ ବାହନ ଯଦି ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ରହିଛି । ଦିଲ୍ଲୀର କରପୋରେସନ୍ ବ୍ୟାଙ୍କ୍ ଏସଏମଏଲ୍ ଇସୁଜୁର ସରତାଜ୍ ସିଏନଜିଇ ଟ୍ରକ୍ ର ନିଲାମ୍ କରୁଛି । ଏହାର ରିଜର୍ଭ ପ୍ରାଇଜ୍ ୨୬ ଲକ୍ଷ ଥିବାବେଳେ ବୋଲି ଲଗାଇଲେ ୫୦୦୦ ଏଳ୍ସଟ୍ରା ଦେଇ ନେବାକୁ ପଡିବ । କେବଳ ଏତିକି ନୁହେଁ ଏହି ନିଲାମୀରେ ବସ୍ ,କାର୍ ,ଟ୍ରକ୍ ଏବଂ ଟାଟା ସୁମୋ ମଧ୍ୟ ମିଳୁଛି । ଆପଣ ନିଜ ପସନ୍ଦ ଅନୁସାରେ ନିଲାମରେ ସହଭାଗୀ ହୋଇ ମନପସନ୍ଦର ବାହନ ଘରକୁ ନେଇଯାଇପାରିବେ ।