ସିଂହଦ୍ୱାର ସାମ୍ନାରେ ତିନି ରଥ ! ରାତି ପାହିଲେ ବଡଠାକୁରଙ୍କ ବଡଯାତ୍ରା

29

କନକ ବ୍ୟୁରୋ : ରାତିପାହିଲେ ବଡଠାକୁରଙ୍କ ବଡଯାତ୍ରା । ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ ରଥ ପଥ ସବୁ ପ୍ରସ୍ତୁତ । ବଡଦାଣ୍ଡରେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା କରିଛନ୍ତି ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ । ସେପଟେ ଦକ୍ଷିଣ ମୋଡ ନେଇଛି ତିନି ରଥ । ରଥଖଳାକୁ ବଡଦେଉଳରୁ ଆଜ୍ଞାମାଳ ଆସିବା ପରେ ତିନି ଜଣ ପୂଜାପଣ୍ଡା ସାମନ୍ତ ତିନି ରଥରେ ଆଜ୍ଞାମାଳ ବିଜେ କରାଇଛନ୍ତି । ପରେ ରଥର ଦକ୍ଷିଣ ମୋଡ କରା ଯାଇଛି । ସିଂହଦ୍ୱାର ସାମ୍ନାରେ ପହଁଚିଛି ତିନି ରଥ ।

ତେବେ ରଥଯାତ୍ରାର ଦିନକ ପୂର୍ବରୁ ବଡଦାଣ୍ଡରେ ଲହଡି ଭାଂଗିଛି ପାଣି । ଆଂଠୁଏ ପାଣିରେ ଉବୁଡୁବୁ ଶ୍ରୀକ୍ଷେତ୍ର । ନାଳ ପାଣିରେ ଭାସିଲା କାଳିଆର ତୀର୍ଥକ୍ଷେତ୍ର । ରାତି ପାହିଲେ ରଥଯାତ୍ରା । ଆଉ ତାପୂର୍ବରୁ ଲଗାଣ ବର୍ଷାରେ ବେହାଲ୍ ପୁରୀ ସହର । ବଡଦାଣ୍ଡ ଓ ହସପିଟାଲ ଛକରେ ପାଣି ଜମିରହିଛି । ନାଳ ନର୍ଦମାର ଦୂଷିତ ପାଣି ଓ ଆବର୍ଜନା ରାସ୍ତାରେ ଭାସୁଛି । ସବୁ ବର୍ଷ ସମାନ ଅବସ୍ଥା । ରଥଯାତ୍ରା ପୂର୍ବରୁ ପୁରୀ ସହରରେ ଚାଲେ ପାଣିର ରାଜୁତି । ଫଳରେ ଜଗନ୍ନାଥକୁ ଦେଖିବାକୁ ଧାଇଁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।