ଦୁଇ ମିନିଟରେ ଲୋକପ୍ରିୟତା ପାଇଁ ଯୁବକଙ୍କ ଅଜବ କାଣ୍ଡ । ହାଇଭୋଲଟେଜ୍ ରଣଜୀ ମ୍ୟାଚବେଳେ ପଡିଆ ମଝିରେ ଚଳାଇଲେ କାର

50

ଯୁବକଙ୍କୁ ଘାରିଲା ଦୁଇ ମିନିଟରେ ପ୍ରସିଦ୍ଧି ହାସଲ କରିବାର ନିଶା । କ୍ରିକେଟ୍ ମ୍ୟାଚ୍ ମଝିରେ ପଡିଆ ଭିତରେ ଚଳାଇଲେ କାର୍ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ । ପାଲମ ସ୍ଥିତ ଏୟାରଫୋର୍ସ ଗ୍ରାଉଣ୍ଡରେ ଚାଲିଥିଲା ଦିଲ୍ଳୀ ଓ ଉତରପ୍ରଦେଶ ମଧ୍ୟରେ ରଣଜୀ ମ୍ୟାଚ୍ । ଆଉ ପଡିଆ ଭିତରେ ଖେଳୁଥିଲେ ଗୌତମ ଗମ୍ଭୀର ଓ ଇଶାନ୍ତ ଶର୍ମାଙ୍କ ଭଳି ଅନ୍ତର୍ଜାତୀୟ କ୍ରିକେଟର ।

aaaaaଖେଳ ଶେଷ ହେବାକୁ ମାତ୍ର କିଛି ସମୟ ବାକି ଥିବାବେଳେ ଘଟିଥିଲା ଅଜବ ଘଟଣା । ପଡିଆ ଭିତରକୁ ଦ୍ରୁତ ଗତିରେ ପ୍ରବେଶ କରିଥିଲା ଗୋଟିଏ କାର । ଆଉ କାରଟି ପିଚ୍ ଉପରେ ଦୁଇ ରାଉଣ୍ଡ ବୁଲିଥିଲା । ଏମିତି ଏକ ଘଟଣାରେ ହତବାକ୍ ହୋଇଯାଇଥିଲେ ଖେଳାଳିମାନେ । ତେବେ ତୁରନ୍ତ କାର ଚାଳକ ଗିରିଶ ଶର୍ମାଙ୍କୁ ଗିରଫ କରିଥିଲା ପୋଲିସ । ଆଉ ପଚରା ଉଚରା ପରେ ଜଣାପଡିଛି ଯେ ମାତ୍ର ଦୁଇ ମିନିଟରେ ପ୍ରସିଦ୍ଧ ହେବା ପାଇଁ ଏମିତି ଗୋଟିଏ କାଣ୍ଡ ଘଟାଇଛି ଯୁବକ ଜଣକ । ତେବେ ଏହି ଘଟଣା ପରେ ରଣଜୀ ମ୍ୟାଚରେ ସୁରକ୍ଷା ବ୍ୟବସ୍ଥା ନେଇ ଉଠିଛି ପ୍ରଶ୍ନବାଚୀ ।