ସାଇକେଲ ଧକ୍କାରେ ଚେପା ହେଲା କାର୍ ! ସୋସିଆଲ ମିଡିଆରେ ଫଟୋ ହେଲା ଭାଇରାଲ୍

372

ଅନେକ ସମୟରେ ୟୁଟ୍ୟୁବରେ ବହୁ ମଜାଦାର ଭିଡିଓ ସବୁ ଦେଖିବାକୁ ମିଳିଥାଏ। ସେହିପରି ଚୀନର ଏକ ଭିଡିଓ ଏବେ ଇଣ୍ଟରନେଟରେ ବେଶ୍ ଚର୍ଚ୍ଚା ପାଲଟିବାରେ ଲାଗିଛି। ଭିଡିଓଟି ସେପରି ମଜାଦାର ନହେଲେ ବି ଅସାଧାରଣ। ଆପଣ ଅନେକ ସମୟରେ କାର୍ ମାଡ଼ରେ ବାଇସାଇକେଲ ଭାଙ୍ଗି ଯାଇଥିବା ପରି ଚିତ୍ର ଦେଖିଥିବେ। ମାତ୍ର ବାଇସାଇକେଲ ମାଡ଼ରେ କାର୍ ଭାଙ୍ଗି ଯିବା କେବେ ଦେଖିଛନ୍ତି? ଭିଡିଓଟିରେ ଏପରି ଏକ ଚିତ୍ର ରହିଛି।

ସାଇକେଲଟି ସାମ୍ନା ପଟୁ ପିଟିଦେବା ପରେ କିପରି କାରଟି ଭାଙ୍ଗି ଯାଇଛି ତାହା ଦୃଶ୍ୟମାନ ହୋଇଛି ଭିଡିଓଟିରେ। ଏହି ଦୁର୍ଘଟଣାରେ ସାଇକେଲ୍ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ କାର୍ ଚାଳକଙ୍କର କିଛି ହୋଇ ନଥିବା ସୂଚନା ରହିଛି। ଏହି ଫଟୋଟି ଇଣ୍ଟରନେଟରେ ଭାଇରାଲ୍ ହେବା ପରେ ଏହା ଏକ ନକଲି ଫଟୋ ବୋଲି ଅନେକ ବ୍ୟକ୍ତି ଅଭିଯୋଗ କରିଥିଲେ। ମାତ୍ର ଚୀନର ସ୍ଥାନୀୟ ପୁଲିସ୍ ଏହା ଏକ ସତ ଘଟଣା ବୋଲି ସ୍ପଷ୍ଟ କରି ୟୁଟ୍ୟୁବରେ ଭିଡିଓ ସେୟାର୍ କରିଛି। ଏହି ଭିଡିଓଟି ସମସ୍ତଙ୍କୁ ଚକିତ କରିଛି।