ରୋହିତ ସେଟ୍ଟୀଙ୍କ ସିନେମା ପରି ଥିଲା ଦୁର୍ଘଟଣା ! ଡିଭାଇଡ଼ରରେ ପିଟି ହୋଇ ଶୂନ୍ୟେ ଶୂନ୍ୟେ ଦ୍ୱିତୀୟ ମହଲାରେ ପଶିଗଲା କାର୍

64

ଆଜିକାଲି ପ୍ରତିଦିନ ଦୁର୍ଘଟଣାର ଅନେକ ଖବର ଆସୁଛି । ଦୁର୍ଘଟଣାରେ ପ୍ରତିଦନ ହଜାର ହଜାର ମୃତ୍ୟୁବରଣ କରୁଛନ୍ତି । ତେବେ ଆମେରିକାର କାଲିଫର୍ଣ୍ଣିଆରେ ଏପରି ଏକ କାର ଦୁର୍ଘଟଣା ହୋଇଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେବେ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଡିଭାଇଡ଼ରରେ ପିଟି ହୋଇ ଏକ ଘରର ଦ୍ୱିତୀୟ ମହଳାରେ ପଶିଗଲା । ଏଥିରୁ ଆପଣ ଜାଣିପାରୁଥିବେ ଦୁର୍ଘଟଣା କେତେ ଭୟଙ୍କର ହୋଇଥିବ ।

car_crashesତେବେ ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ବଞ୍ଚିଯାଇଛନ୍ତି ଚାଳକ । ଏହି ଦୁର୍ଘଟଣା ପରେ ଡ୍ରାଇଭର କହିଛନ୍ତି ସେ ଡ୍ରଗ୍ସ ନିଅନ୍ତି । ଆଉ ଯେଉଁ ସମୟରେ ଏହି ଦୁର୍ଘଟଣା ହେଲା ସେ ନିଶାରେ ଥିଲେ । ସୂଚନା ଅନୁସାରେ କାରରେ ଥିଲେ ଦୁଇ ଜଣ । ଦୁର୍ଘଟଣା ପରେ ଜଣେ ସେଠାରୁ ବହାରି ଆସିବାରେ ସଫଳ ହୋଇଗଲେ । କିନ୍ତୁ ଅନ୍ୟ ଜଣକ କାର ଭିତରରେ ଫସି ରିହଥିଲେ । ଦୁର୍ଘଟଣା ପରେ ଉଭୟେ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଓ ଅଗ୍ନିଶମ କର୍ମଚାରୀଙ୍କ ଅନେକ ଚେଷ୍ଟା ପରେ ଅନ୍ୟ ଜଣକୁ ଗାଡ଼ି ଭିତରୁ ବାହାରିଗଲେ । ବିଲ୍ଡିଂରେ ପଶିଥିବାର କାରକୁ ବାହାର କରିବା ପାଇଁ କ୍ରେନର ସାହଯ୍ୟ ନେବାକୁ ପଡ଼ିଥିଲା ।