ଭୁବନେଶ୍ୱର : ରସୁଲଗଡରେ ଛକରେ କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିିଲେ କାର୍ ମାଲିକ

28

କନକ ବ୍ୟୁରୋ : ଜଳିଗଲା କାର । ଭୁବନେଶ୍ୱର ରସୁଲଗଡରେ ଛକରେ ଦେଖୁ ଦେଖୁ ଜଳିଗଲା କାର୍ । ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିିଲେ କାର୍ ମାଲିକ । ଓଡି-୦୨ଏସି-୮୫୧୩ ନମ୍ବର ଥିବା ହ୍ୟୁଣ୍ଡାଇ ଇଅନ୍ ଗାଡିକୁ ରାସ୍ତା ଉପରେ ରଖି ଗାଡି ମାଲିକ ସାରଦା ପ୍ରସାଦ ରାଉତ ଗାଡି ପାଖରେ ଥିବା ସମୟରେ ହଠାତ୍ ଗାଡିରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର କାରଣ ଏବେବି ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଛି ।