ଭୁବନେଶ୍ୱରରେ ସିଗାରେଟ ନିଆଁରୁ ଜଳିଗଲା କାର । ନାବାଳକ ଛାତ୍ରର କାରନାମା, ଭଙ୍ଗା କାରରେ ଲୁଚି ଟାଣୁଥିଲା ସିଗାରେଟ. ନିଆଁକୁ ଆୟତ କଲା ଦମକଳବାହିନୀ ।

663

କନକ ବ୍ୟୁରୋ: ନାବାଳକ ଛାତ୍ରର କାରନାମା । ଭଙ୍ଗା କାରରେ ଲୁଚି ସିଗାରେଟ ଟାଣୁଥିବାବେଳେ ନିଆଁରେ ଜଳିଯାଇଛି ୩ଟି କାର । ଏହି ଘଟଣା ଘଟିଛି ଭୁବନେଶ୍ୱର ଚିନ୍ତାମଣିଶ୍ୱେର ଅଂଚଳରେ । ସଂପୃକ୍ତ ନାବାଳକ ସିଗାରେଟ ଟାଣିବା ପରେ ଅଧାଜଳା ସିଗାରେଟକୁ କାର ସିଟରେ ଫୋପାଡି ଦେଇ ଚାଲିଯାଇଥିଲେ । ଫଳରେ ୩ଟି କାର ଜଳିପୋଡି ପାଉଁଶ ହୋଇଯାଇଛି ।

ଚିନ୍ତାମଣିଶ୍ୱେର ଅଂଚଳର ଲେନ୍-୩ର ଗୋଟିଏ ଖାଲି ସ୍ଥାନରେ କାରଗୁଡିକ ପାର୍କିଂ ହୋଇଥିଲା । ମଝିରେ କାରଟି ଭଙ୍ଗା ଦଦରା ଅବସ୍ଥାରେ ଥିଲା ।  କାରର କବାଟ ଖୋଲାଥିଲା । ନାବାଳକ ଏହି କାର ଭିତରେ ପଶି ସିଗାରେଟ ଟାଣୁଥିଲା ।  କେହି ଆସିବା ଦେଖି ସଂପୃକ୍ତ ନାବାଳକ ଅଧା ସିଗାରେଟ୍ ଟାଣି ଚାଲିଯାଇଥିଲା ।

ତେବେ ଦେଖୁ ଦେଖୁ ନିଆଁ ପାଖ କାରରୁ ବ୍ୟାପିଯାଇଥିଲା । ଆଉ ଅଧାଜଳା ସିଗାରେଟ ନିଆଁରେ କାରରେ ନିଆଁ ଲାଗିଯାଇଥିଲା । ଖବର ପାଇ ଦମକଳ ବାହିନୀ  କର୍ମଚାରୀଙ୍କୁ ନିଆଁକୁ ଆୟତ୍ତ କରିବାକୁ ଏକ ଘଂଟା ଲାଗିଥିଲା ।