ୟୁପିରେ ହୃଦୟବିଦାରକ କାର ଦୁର୍ଘଟଣା ! ମନ୍ଦିରରୁ ଦର୍ଶନ ସାରି ଫେରୁଥିବାବେଳେ କେନାଲକୁ ଖସପଡିଲା କାର, ୧୦ ମୃତ

23

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ହୃଦୟବିଦାରକ କାର ଦୁର୍ଘଟଣା ହୋଇଛି । ମଥୁରା-ଭରତପୁର ରୋଡର ଏକ କେନାଲକୁ ଖସିପଡିଛି ଇନଭୋ କାର । ଦୁର୍ଘଟଣାରେ ୧୦ ଜଣ ପ୍ରାଣ ହରାଇଛନ୍ତି । କାରଟି ଦୁର୍ଘଟଣାଗ୍ରସ୍ତ ହୋଇ କେନାଲକୁ ଖସିପଡିଥିଲା । ସକାଳେ ଜଣେ ପ୍ରାତଃଭ୍ରମଣରେ ଆସିଥିବାବେଳେ କାରଟି ପାଣିଭିତରେ ପଡିଥିବା ଦେଖିବାକୁ ପାଇଥିଲେ ।

ଏ ନେଇ ସେ ପୋଲିସକୁ ଖବର ଦେବା ପରେ ମୃତଦେହଗୁଡିକୁ ଉଦ୍ଧାର କରାଯାଇଥିଲା । କିଛି ମୃତଦେହକୁ ଚିହ୍ନଟ କରାଯାଇଛି । କାରରେ ଥିବା ସମସ୍ତ ଲୋକ ବରେଲିର ବୋଲି ଜଣାପଡିଛି । ସମସ୍ତେ ଏକ ମନ୍ଦିରରୁ ଦର୍ଶନ ସାରି ଫେରୁଥିବାବେଳେ କାରଟି କେନାଲକୁ ଖସିପଡିଥିଲା ।