ଆସନ୍ତାକାଲି ପଂଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କ୍ୟାପଟେନ ଅମରିନ୍ଦର ସିଂ !

21

କନକ ବ୍ୟୁରୋ : ଆସନ୍ତାକାଲି ପଂଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କ୍ୟାପଟେନ ଅମରିନ୍ଦର ସିଂ । ୧୧ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଅମରିନ୍ଦର ସିଂ ଶପଥ ନେବେ ବୋଲି ଜଣାପଡିଛି । ଅନ୍ୟପଟେ ରାଣା କେପି ସିଂ ଙ୍କୁ ବାଚସ୍ପତି ଭାବେ ଦାୟିତ୍ୱ ଦିଆଯିବା ନେଇ ଅମରିନ୍ଦର ସ୍ପଷ୍ଟ କରିଛନ୍ତି ।

ଅମରିନ୍ଦରଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗଦେବେ । ସିଦ୍ଧୁ ଉପମୁଖ୍ୟମନ୍ତ୍ରୀ ହେବା ନେଇ ମଧ୍ୟ ଅଧିକ ସମ୍ଭାବନା ରହିଛି । ତେବେ ଏନେଇ ଶେଷ ମୁହୁର୍ତରେ ଅନ୍ତିମ ମୋହର ଲଗାଇବେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ।