ଖାଦ୍ୟ ନଷ୍ଟକୁ ରୋକିବା ପାଇଁ ହୋଟେଲଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ !

24

କନକ ବ୍ୟୁରୋ : ହୋଟେଲ ଓ ରେଷ୍ଟୁରାଂଟରେ ଥାଳିରେ କେତେ ପରିମାଣରେ ଖାଦ୍ୟ ପରସା ଯିବ ସେ ନେଇ ନିର୍ଦ୍ଦେଶ ଦେଇ ପାରନ୍ତି କେନ୍ଦ୍ର ସରକାର । ଖାଦ୍ୟ ନଷ୍ଟକୁ ରୋକିବା ପାଇଁ ହୋଟେଲମାନଙ୍କୁ ଏହି ନିର୍ଦ୍ଦେଶ ଦେବାକୁ ଯୋଜନା କରୁଛନ୍ତି କେନ୍ଦ୍ର ଖାଦ୍ୟ ଯୋଗାଣ ବିଭାଗ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖାଦ୍ୟ ନଷ୍ଟ ହେବାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ହୋଟେଲ ଶିଳ୍ପ ଏହି କଥାକୁ ସ୍ୱଚ୍ଛାକୃତ ଭାବରେ ଗ୍ରହଣ କରୁଛି ନା ଏଥିପାଇଁ ଆଇନ କରିବାକୁ ପଡିବ ସେନେଇ ବିଚାର କରାଯିବ ।