ଭାରତୀୟ ସେନାର ହେବ ନବକଳେବର ! ସାମିଲ ହେବ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର, ବଦଳିବ ରଣନୀତି ।

34

କନକ ବ୍ୟୁରୋ : ଭାରତୀୟ ସେନାର ହେବ ନବକଳେବର । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ବଢିବ ସେନାର ଶକ୍ତି । ଏହାସହ ପୁରୁଣା ଲଢେଇ ଗୁଡିକ ଭଳି ଆଗାମୀ ଲଢେଇ ଲଢାଯିବନି । ଏଥିପାଇଁ ବଦଳାଯିବ ସେନାର ରଣକୌଶଳ । ଏହା କହିଛନ୍ତି ସେନା ମୁଖ୍ୟ ଜେନେରାଲ ବିପିନ ରାୱତ । ସେନାର ବରିଷ୍ଠ କମାଣ୍ଡରଙ୍କ ସହ ଆଲୋଚନା ପରେ ସେନାର ରୂପ ବଦଳାଯିବା ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ଫଳସ୍ୱରୂପ ୧୨ଲକ୍ଷ ସୁରକ୍ଷାକର୍ମୀ ଅଧିକ ଶକ୍ତିଶାଳୀ ହେବେ । ଏବଂ ଆଗାମୀ ଲଢେଇ ଗୁଡିକର ସାମ୍ନା କରିବା ପାଇଁ ତାଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ ।

ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି ସେନାମୁଖ୍ୟ ଜେନେରାଲ ବିପିନ ରାୱତ । ନିଆଯାଇଥିବା ନିଷ୍ପତି ଗୁଡିକୁ ଲାଗୁ କରିବା ପରେ ପ୍ରାୟ ୧ ଲକ୍ଷ ସୁରକ୍ଷାକର୍ମୀଙ୍କୁ ବାଦ୍ ଦିଆଯିବ । ଏହ ସହ ଯୁଦ୍ଧ ସମୟରେ କିପରି ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇପାରିବ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହାସହ ଯୁଦ୍ଧ ରଣନୀତି ବଦଳୁଥିବା ଯୋଗୁଁ ସେହି ଅନୁଯାୟୀ ସେନାରେ ମଧ୍ୟ କିଛି ଗୁରୁତ୍ୱପୂର୍ଣର୍ ପରିବର୍ତନ କରାଯିବାର ଆବଶ୍ୟକତା ରହିଛି ବୋଲି ସେନା ମୁଖ୍ୟ କହିଛନ୍ତି ।