କାନ୍ସ ରେ ପ୍ରଦର୍ଶିତ ହେଲା “ଗଡ୍ସ ଓନ୍ ପିପୁଲ୍”

32

ଫ୍ରାନ୍ସର ରାଜଧାନୀ ପ୍ୟାରିସ୍  ରେ ଆୟୋଜିତ କାନ୍ସ ଚଳଚ୍ଚିତ୍ର ମହୋସôବରେ ନବକଳେବର ଆଧାରିତ ପ୍ରାମାଣିକ ଫିଲ୍ମ “ଗଡ୍ସ ଓନ୍ ପିପୁଲ” ପ୍ରଦର୍ଶିତ ହୋଇଛି । ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋର ଓ ଓଡିଶାର ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆନୁଷ୍ଠନିକ ଭାବରେ ଉଦଘାଟନ କରିଛନ୍ତି । ଏହି ଅବସରରେ ଫ୍ରାନ୍ସରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ମୋହନ କୁମାର, ପର୍ଯ୍ୟଟନ ନିର୍ଦେଶକ ନୀତିନ ଭାନୁଦାସ ଜାୱଲେ, ଚଳଚ୍ଚିତ୍ରର ନିର୍ଦେଶକ ନୀଳମାଧବ ପଣ୍ଡା ଓ ଅନ୍ୟତମ ପ୍ରଯୋଜକ ଅକ୍ଷୟ ପରିଜା ଉପସ୍ଥିତ ଥିଲେ ।