ଆପଣ ମଧ୍ୟ କ୍ୟାଣ୍ଡିକ୍ରସ୍ ଆଉ ଲୁଡୋ ଭଳି ଗେମ୍ ଖେଳୁଛନ୍ତି କି ? ତେବେ ତୁରନ୍ତ ଛାଡନ୍ତୁ ,ଡାଟା ଲିକ୍ କରୁଛି ଏହି ଗେମିଙ୍ଗ୍ ଆପ୍ ।

645

ଆଜିକାଲି ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ମୋବାଇଲ୍ ଫୋନ୍ । ମୋବାଇଲ୍ ୟୁଜର୍ ମଧ୍ୟ କ୍ୟାଣ୍ଡିକ୍ରସ୍ ,ଲୁଡୋ ଏବଂ ଚେସ୍ ଭଳି ଅନେକ ଗେମ୍ ଖେଳିବାକୁ ଭଲ ପାଉଛନ୍ତି । କିନ୍ତୁ ଏକ୍ସପର୍ଟଙ୍କ ମତରେ କେବଳ ଫେସବୁକ୍ କିମ୍ବା ହ୍ୱାଟସଆପ୍ ନୁହଁ ଏଭଳି ଗେମିଙ୍ଗ୍ ଆପ୍ ବି ଡାଟା ଲିକ୍ କରିବା ପାଇଁ ଦାୟୀ ହୋଇଥାନ୍ତି । ଆଇଟିୟୁ ମତରେ ଭାରତରେ ଅଧିକ ସ୍ମାର୍ଟଫୋନ୍ ୟୁଜର ରହିଛନ୍ତି । ଭାରତର ଲୋକମାନେ ପ୍ରତିଦିନ ୪ ଘଣ୍ଟା ଆପ୍ ରେ ବ୍ୟବହାର କରିଥାନ୍ତି । ୨୦୧୬ ରେ ୟୁଜର୍ ୬୦୦ କୋଟିରୁ ଅଧିକ ଆପ୍ ଡାଉନଲୋଡ୍ କରିଥିଲେ । ୨୦୧୫ ରେ ଏହା ୩୦୦ କୋଟି ଏବଂ ଏହାଦ୍ୱାରା ସେମାନେ ୧୪୫ ବିଲିୟନ୍ ଘଣ୍ଟା ମୋବାଇଲରେ ହିଁ ବିତାଉଥିଲେ । ଏହାଦ୍ୱାରା ଜଣାପଡୁଛି କି ଆପ୍ ଏବଂ ଅନ୍ୟ ଗେମିଙ୍ଗ୍ ଆପ୍ ଗୁଡିକ ଭାରତରେ କେତେ ବ୍ୟାପକ ହେଲାଣି ।

ସାଇବର୍ ସିକ୍ୟୁରିଟି ଏକ୍ସପର୍ଟଙ୍କ କହିବାନୁସାରେ କୌଣସି ବି ଜିନିଷ ମାଗଣା ବୋଲି ନଥାଏ ଯଦି ଆପଣ କିଛି ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ଏହାର ଦାମ୍ ମଧ୍ୟ ଆପଣଙ୍କୁ ଦେବାକୁ ପଡିବ । ଅଧିକାଂଶ ଯୁବାବର୍ଗ ଏହି ଗେମିଙ୍ଗ୍ ସାଇଟର ବ୍ୟବହାରରେ ଆସୁଛନ୍ତି କିନ୍ତୁ ଏହାର ବିପଦ ବିଷୟରେ ଜାଣିପାରୁନାହାନ୍ତି ।

ଭାରତ ଭଳି ୧୦୪ ଦେଶର ଯୁବାବର୍ଗ ୮୦ ପ୍ରତିଶତ ଅନଲାଇନ୍ ବ୍ୟବହାର କରିଥାନ୍ତି : ଆଇଟିୟୁ ମୁତାବକ ୨୦୧୭ ପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ବିଶ୍ୱରେ ୮୩ କୋଟି ଯୁବା ଅନଲାଇନ୍ ହୋଇସାରିଥିଲେ । ଯେଉଁଥିରେ ୩୨ କୋଟି ଲୋକ ଚୀନ୍ ଏବଂ ଭାରତରେ ରହିଛନ୍ତି । ତେବେ ଏହି ଗେମିଙ୍ଗ୍ ଆପ୍ ଗୁଡିକ ଅଧିକ ଭାରତରେ ଖେଳାଯାଉଥିବାରୁ ଏଥିରୁ ଡାଟା ଚୋରୀର ଅଧିକ ବିପଦ ମଧ୍ୟ ଦେଖାଦେଉଛି ।