ଜ୍ଞାନ ଉପରୁ ତୁଟିଛି ଭରସା । ଅନ୍ଧ ବିଶ୍ୱାସ କରୁଛି ରାଜୁତି

55

କନକ ବ୍ୟୁରୋ: ବିଜ୍ଞାନ ଉପରୁ ତୁଟିଛି ଭରସା । ଅନ୍ଧ ବିଶ୍ୱାସ କରୁଛି ରାଜୁତି । ରୋଗ ଭଲ ପାଇଁ ଚିକିତ୍ସା ବିଜ୍ଞାନ ଉପରୁ ଭରସା ତୁଟି ଯିବା ପରେ ମନ୍ଦିରରେ ଅଧିଆ ପଡିଛନ୍ତି କ୍ୟାନସର ପୀଡିତ । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସଦର ବଲ୍ଲ ଓଲ ଗାଁର ଇନ୍ଦ୍ରେଶ୍ୱର ମହାଦେବ ମନ୍ଦିର ପରିସରରେ ।

ମନ୍ଦିର ପାଚେରୀ କଡରେ ନଡିଆ ଚାଂଚ ଆଢୁଆଳରେ ରହୁଥିବା ବ୍ୟକ୍ତି ହେଉଛନ୍ତି ପୁରୀ ସଦର ବ୍ଲକ ଓଲ ଗାଁର ଗୋଲକ ସ୍ୱାଇଁ । ଦୁଇ ଝିଅ, ଗୋଟିଏ ପୁଅ, ପତ୍ନୀ ଓ ବୃଦ୍ଧା ମାଙ୍କୁ ନେଇ ଦୁଃଖେ ସୁଖେ ଚାଲିଥିଲା ପରିବାର । ହେଲେ ମାତ୍ର ୪୦ ବର୍ଷ ବୟସରେ ହଠାତ୍ ତାଙ୍କ ଜୀବନରେ ଘୋଟିଗଲା କଳା ବାଦଲ । ୧୯୯୯ ମହାବାତ୍ୟାରେ ଘର ଭାଙ୍ଗିବା ପରେ ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିବା ଗୋଲକ ବର୍ଷେ ହେବ କ୍ୟାନସରରେ ପୀଡିତ । ରୋଗର ଚିକିତ୍ସା ପାଇଁ ପାଖରେ ଥିବା ସମସ୍ତ ସମ୍ବଳ ଓ ଗ୍ରାମବାସୀଙ୍କ ସହାୟତା ସରିଯିବା ପରେ ଇଶ୍ୱରଙ୍କ ପାଦ ତଳେ ସରଣ ପସିଛନ୍ତି । ଚିକିତ୍ସା ବିଜ୍ଞାନ ଉପରୁ ଭରସା ତୁଟି ଯିବା ପରେ ଆର୍ଥିକ ଅନାଟନ ଅନ୍ଧବିଶ୍ୱସକୁ ପ୍ରଶୟ ଦେଇଛି । ଜାଗର ଦିନ ଠାରୁ ଓଲ ଗାଁର ଇନ୍ଦ୍ରେଶ୍ୱର ମହାଦେବ ମନ୍ଦିରରେ ଅଧିଆ ପଡିଛନ୍ତି ଗୋଲକ ।

ସରକାରୀ ସହାୟତାରୁ ବଂଚିତ ଗୋଲକ ଏବେ ବାବା ଇନ୍ଦ୍ରେଶ୍ୱରଙ୍କ ଆଶ୍ରିତ। ମହାଦେବଙ୍କୁ ଗୁହାରି କରିବା ସହ ତାଙ୍କ ଛଡାଫୁଲ, ବେଲପତ୍ର ଓ ପାଦୁକ ପାଣିକୁ ଆଶ୍ରା କରି ମନ୍ଦିର ପାଚେରୀ କଡରେ କୁଡିଆ କରି ପଡିରହିଛନ୍ତି । ସେପେଟ ତେବେ ଭଗବାନଙ୍କ ଭରସା ଓ ଧର୍ମ ବିଶ୍ୱାସରୁ ଗୋଲକ ନିଶ୍ଚୟ ସୁସ୍ଥ ହେବେ ବୋଲି କହିଛନ୍ତି ମନ୍ଦିର ପୁଜକ । ଘର ଏକମାତ୍ର ରୋଜଗାରିଆ ମଣିଷଟି ଅସୁସ୍ଥ ହୋଇପଡିବା ପରେ ଭାଙ୍ଗି ପଡିଛି ପୁରା ପରିବାର । ଏଭଳି ସ୍ଥିତିରେ କେହି ସରକାରୀ ସହାୟତା କି ଅଧିକାରୀ ପଂହଚିନାହାନ୍ତି ।ଯାହାକୁ ନେଇ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।