ଓଡିଶାରେ ମିଳିବ କ୍ୟାନସର ରୋଗର ଚିକିତ୍ସା ! ହସ୍ପିଟାଲ ଓ ଗବେଷଣା କେନ୍ଦ୍ର ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ, ସେପଟେ କଟକର ଉନ୍ନତି ପାଇଁ ୫୩୦ କୋଟିର ପ୍ରକଳ୍ପ ।

103

କନକ ବ୍ୟୁରୋ : ଓଡିଶାରେ ମିଳିବ କ୍ୟାନସର ରୋଗର ଚିକିତ୍ସା । ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ରତାଗଡରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ସବୁଠାରୁ ବଡ କ୍ୟାନସର ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର । ୫ଶହ କୋଟି ବ୍ୟୟରେ ୫ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଆଜି ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଟାଟା ମୁଖ୍ୟ ରତନ ଟାଟା ।

ଏବେ ଭୁବନେଶ୍ୱରରେ ମିଳିବ ମୁମ୍ବାଇ ସୁବିଧା । ରାଜଧାନୀରେ ହେବ ଟାଟା ମେମୋରିଆଲ ଭଳି ହସ୍ପିଟାଲ । ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ରତାଗଡରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ସବୁଠାରୁ ବଡ କ୍ୟାନ୍ସର ଚିକିତ୍ସାଳୟ ଓ ଗବେଷଣା କେନ୍ଦ୍ର । ୫ଶହ କୋଟି ବ୍ୟୟରେ ୫ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଓଡିଶା କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଂଟର’ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ହସ୍ପିଟାଲ ପାଇଁ ୧୫ ଏକର ଜମି ମାଗଣାରେ ଯୋଗାଇ ଦେବେ ରାଜ୍ୟ ସରକାର । ଓଡିଶା ସରକାର ଓ ଟାଟା ଟ୍ରଷ୍ଟ ସହାୟତାରେ ପ୍ରତିଷ୍ଠା ହେବ ଏହି ହସ୍ପିଟାଲ ।

ସେପଟେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ କଟକର ବିକାଶ ପାଇଁ ୫୨୯ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଭିତି ପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲିଯାତ୍ରା ପଡିଆଠାରେ ଆୟୋଜିତ ଉତ୍ସବରେ ସେ ୨୭୦ କୋଟି ଟଙ୍କାର ୩୫ଟି ପ୍ରକଳ୍ପର ଶୁଭ ଉଦଘାଟନ କରିବା ସହ ୫୨୬ କୋଟି ଟଙ୍କାର ୨୨ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିରେ ରହିଛି ଶୈଳବାଳା ମହିଳା ମହାବିଦ୍ୟାଳୟର ୪ ଶହ ସିଟ୍ ବିଶିଷ୍ଟ ହଷ୍ଟେଲ ଓ କଟକ ମହାନଗର ନିଗମର ନୟାବଜାର-ମଧୁପାଟଣା ରାସ୍ତାରେ ରୋଡ ଓଭରବ୍ରିଜ କାମ । ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ଅବସରରେ କାର୍ଯ୍ୟକ୍ରମର ଆରମ୍ଭରେ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଂଜଳି ଦିଆଯାଇଛି ।

Comments are closed.