ସୁଆଦ ମାର୍କେଟ ମାନ୍ଦା

31

ଭୁବନେଶ୍ୱର, କଟକ ବ୍ୟୁରୋ, କନକ ନ୍ୟୁଜ୍ : ପାଉଁରୁଟି, ବରଗର, ପିଜାରେ ମାରାତ୍ମକ ରାସାୟନିକ ମିଶୁଥିବା ନେଇ ସେଂଟର ଫର ସାଇନ୍ସ ଆଣ୍ଡ ଏନଭେନମେଂଟର ରିପୋର୍ଟ ଆସିବା ପରେ ଆତଙ୍କିତ ହୋଇପଡିଛନ୍ତି ସାଧାରଣ ଲୋକ । ଏପଟେ ଏହାର ପ୍ରଭାବ ଓଡିଶା ବଜାର ଉପରେ ମଧ୍ୟ ପଡିଛି । ୩ ଦିନରେ ପ୍ରାୟ ୫ କୋଟି ଟଙ୍କାର କ୍ଷତି ହୋଇଥିବା କୁହାଯାଉଛି ।

ସିଏସଇ ରିପୋର୍ଟରେ ଓଡିଶାରେ ବଡ ଧରଣ ପ୍ରଭାବ ପଡିଛି । ଏହି ରିପୋର୍ଟ ପରେ ଗତ ୩ ଦିନ ମଧ୍ୟରେ ସାରା ରାଜ୍ୟରେ ପ୍ରାୟ ୫ କୋଟି ଟଙ୍କାର କ୍ଷତି ହୋଇଛି ବୋଲି କହିଛି ଓଡିଶା ବେକରୀ ଆସୋସିଏସନ । ଓଡିଶାରେ ପ୍ରସ୍ତୁତ ପାଉଁରୁଟିରେ ପାଟୋସିଅମ ବ୍ରୋମାଇଟ ବା ପୋଟାସିଅମ ଆୟୋଡେଟ୍ ମିଶି ନଥାଏ ବୋଲି ସଂଘ କହିଛି । ସରକାରୀ ମାନକ ଅନୁସାରେ ଏହାର ଅତି ଅଳ୍ପ ପରିମାଣରେ ଆବଶ୍ୟକ ହେଉଥିବା ବେଳେ ଏହାକୁ ମିଶାଇବା ପାଇଁ ଆବଶ୍ୟକୀୟ କାରିଗରି ଏଠାରେ ନାହିଁ ବୋଲି କହିଛନ୍ତି ପାଉଁରୁଟି କଂପାନୀର ମାଲିକ । ଅନ୍ୟପଟେ ରାଜ୍ୟରେ ସଂପୂର୍ଣ୍ଣ ପାରଂପରିକ ଶୈଳୀରେ ପାଉଁରୁଟି ପ୍ରସ୍ତୁତ ହେଉଛି ।

ସେପଟେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପ୍ରାୟ ୧୦ ହଜାର ଲୋକଙ୍କ ଜୀବୀକା ପ୍ରଭାବିତ ହୋଇଥିବା କହିଛନ୍ତି କଂପାନୀ ମାଲିକ । ଏ ଦିଗରେ ସରକାରଙ୍କ ପଦକ୍ଷେପ ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।