ରବିବାର ବାତିଲ ହେଲା ସମସ୍ତ ସରକାରୀ ଅଫିସ୍ ଛୁଟି : ଲଗାଣ ବର୍ଷା ବଢ଼ାଇଲା ସରକାରଙ୍କ ଚିନ୍ତା ।

43

ଆସନ୍ତା କାଲି ରବିବାର ଛୁଟି ଦିନରେ ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ ଅଫିସ୍ । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ରାଜ୍ୟର ସମସ୍ତ ସରକାରୀ ଅଫିସ ଖୋଲା ରହିବ ବୋଲି ଏସଆରସି ବିଷ୍ଣୁପଦ ସେଠୀଙ୍କ ସୁଚନା ଦେଇଛନ୍ତି । ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିି ଦେଖାଦେଇଛି । ବର୍ତ୍ତମାନ ସ୍ଥିତିି ଆୟତ ମଧ୍ୟରେ ରହିଛି ହେଲେ କୌଣସି ସମ୍ଭାବ୍ୟ ବନ୍ୟା ପରିସ୍ଥତିିକୁ ଏଡାଇବା ପାଇଁ ରାଜ୍ୟର ସସସ୍ତ ଜିଲ୍ଲା ମୁଖ୍ୟାଳୟ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ।

ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପନେବାପରେ ରାଜ୍ୟବ୍ୟାପୀ ଲଗାଣ ବର୍ଷା ଜାରି ରହିଛି । ଏପରିକି ରାଜ୍ୟର ଅନେକ ନଦୀରେ ଜଳସ୍ତର ମଧ୍ୟ ବିପଦ ସଙ୍କେତ ଉପରେ ପ୍ରବାହ ହେଉଛି ବୋଲି ସୁଚନା ମିଳିଛି । ତେଣୁ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତିିର ମୁକାବିଲା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ବିଷ୍ଣୁପଦ ସେଠୀ ।

ସୁଚନା ମୁତାବକ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଥିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେଣୁ ଏଭଳି ରାଜ୍ୟରେ କିପରିଭାବେ ସାମ୍ଭାବ୍ୟ ବନ୍ୟା ପରିସ୍ଥତି ପାଇଁ ଆଗୁଆ ସଜାଗ ରହିବେ ସେନେଇ ମଧ୍ୟ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ହୋଇଥିଲା । ଲଗାଣ ବର୍ଷାରେ ଅନେକ ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହ କରୁଥିବାରୁ ଆସନ୍ତା କାଲି ରାଜ୍ୟର ସମସ୍ତ ସରକାରୀ ଦଫତର ଖୋଲା ରଖିବାକୁ ନିର୍ଦ୍ଦେଶ ରହିଛି ।