ଆଜି ଆଂଶିକ ପ୍ରଭାବିତ ହେବ ଟ୍ରେନ ଯାତ୍ରା : ଖଲିକୋଟ ଓ ଚିଲିକା ଷ୍ଟେସନରେ ନିର୍ମାଣ କାମ ଚାଲିଥିବାରୁ ବ୍ରହ୍ମପୁରରୁ ବାଲୁଗାଁ ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ

54

କନକ ବ୍ୟୁରୋ: ଯାତ୍ରୀ ସୁରକ୍ଷାକୁ ଦୃଷ୍ଟିରେ ରଖି ତଥା ଅତ୍ୟାଧୁନିକ ନିର୍ମାଣ କାମ ଯୋଗୁଁ ଆଜି ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର ଟ୍ରେନରେ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀମାନେ ଆଂଶିକ ଭାବେ ପ୍ରଭାବିତ ହେବେ। ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ରୋଡ଼ ଡିଭିଜନ ଅନ୍ତର୍ଗତ ଖଲିକୋଟ ଓ ଚିଲିକା ଷ୍ଟେସନ ମଧ୍ୟରେ ନିର୍ମାଣ କାମ ଥିବାରୁ ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର ଟ୍ରେନକୁ ଆଂଶିକ ରୂପେ ବାତିଲ କରାଯାଉଛି। ଫଳରେ ଉଭୟ ପାର୍ଶ୍ୱରୁ ଏହି ଟ୍ରେନ୍ ବ୍ରହ୍ମପୁରରୁ ବାଲୁଗାଁ ମଧ୍ୟରେ ଆଜି ଚଳାଚଳ ବନ୍ଦ ରହିବ।

ଭୁବନେଶ୍ୱରରୁ ଟେନ୍ ନମ୍ବର ୫୮୪୧୧ ଭୁବନେଶ୍ୱର-ବ୍ରହ୍ମପୁର ପାସେଞ୍ଜର ବାଲୁଗାଁ ପର୍ଯ୍ୟନ୍ତ ଚାଲିବ। ସେହିଭଳି ବାଲୁଗାଁରୁ ଟ୍ରେନ୍ ନମ୍ବର ୫୮୪୧୨ ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ଭୁବନେଶ୍ୱର ଫେରିବ। ଉଭୟ ପାର୍ଶ୍ୱରୁ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପାସେଞ୍ଜର ଟ୍ରେନ୍ ସେବା ବାତିଲ କରିଦିଆଯାଇଛି।