ପଛୁଆ ଜିଲ୍ଳା କିଏ ? କିପରି ଜାଣିବେ ଆପଣଙ୍କ ଜିଲ୍ଲା ପଛୁଆ ନା ଆଗୁଆ

75

କନକ ବ୍ୟୁରୋ: ନୀତି ଅୟୋଗ ଦ୍ୱାରା ପ୍ରସ୍ତୁତ ରାଜ୍ୟର ୮ଟି ପଛୁଆ ଜିଲ୍ଲାର ବିକାଶ ନେଇ କେନ୍ଦ୍ର-ରାଜ୍ୟ ସରକାର ମୁହାଁମୁହିଁ ହୋଇଥିବା ବେଳେ ଗତ ୧୦ ବର୍ଷ ହେଲା ମିଳିଥିବା ଜଷ୍ଟିସ୍ ଏସ୍. କେ. ମହାନ୍ତି କମିଶନଙ୍କ ଆଂଚଳିକ ବୈଷମ୍ୟ ଅନୁସନ୍ଧାନ କମିଟି ରିପୋର୍ଟ ବିଧାନସଭାକୁ କାହିଁକି ଆସିଲା ନାହିଁ ବୋଲି ପ୍ରଶ୍ନ ଉଠିଛି । କେଉଁ ଜିଲ୍ଲା ବା ବ୍ଲକ୍ ପଛୁଆ, ଏ ନେଇ କେବଳ ରାଜନୀତି ଚାଲିଥିବା ବେଳେ ସଂଘୀୟ ଢ଼ାଂଚାରେ କାମ କରିବା ବିଫଳ ହୋଇଛି ।

 

 

ସୂଚନା ମୁତାବକ, ଜଷ୍ଟିସ୍ ମହାନ୍ତି ଯେଉଁ ୮ଟି ଜିଲ୍ଲାର ତାଲିକା ଦେଇଥିଲେ ସେଗୁଡ଼ିକ ହେଲା- କଳାହାଣ୍ଡି, କନ୍ଧମାଳ, ଗଜପତି, ମାଲକାନଗିରି, ନବରଂଗପୁର, ଦେବଗଡ଼, ନୂଆପଡ଼ା, ମୟୂରଭଞ୍ଜ । ହେଲେ ନୀତି ଆୟୋଗ ପ୍ରସ୍ତୁତ କରିଥିବା ସଦ୍ୟତମ ତାଲିକାରେ ଓଡ଼ିଶାର ପଛୁଆ ୮ଟି ଜିଲ୍ଲା ହେଉଛି କଳାହାଣ୍ଡି, ଢେଙ୍କାନାଳ, କନ୍ଧମାଳ, ରାୟଗଡା, କୋରାପୁଟ, ବଲାଙ୍ଗିର, ଗଜପତି ଓ ମାଲକାନଗିରି ।

 

 

ଅବଶ୍ୟ ରାଜ୍ୟ ସକରାର ଚାହିଁଲେ ତାଲିକାରେ ପରିବର୍ତନ କରିପାରିବେ ବୋଲି ନୀତି ଆୟୋଗ ସ୍ପଷ୍ଟ କରିଥିଲେ । ମାତ୍ର ରାଜ୍ୟ କାର୍ଯ୍ୟରେ କେନ୍ଦ୍ରର ଏହା ସହଯୋଗ ନୁହେଁ, ବରଂ ଅଯଥା ହସ୍ତକ୍ଷେପ ବୋଲି ଅଭିଯୋଗ କଲା ବିଜେଡି । ନୀତି ଆୟୋଗ ପକ୍ଷରୁ ଏ ନେଇ ଦିଲ୍ଲୀରେ ଆୟୋଜିତ ସମ୍ମିଳନୀରେ ଜାନୁଆରୀ ୪ ଓ ୫ ତାରିଖ ଦୁଇ ଦିନ ଧରି ଶହେରୁ ଅଧିକ ପଛୁଆ ଜିଲ୍ଲାର ଜିଲ୍ଳାପାଳ ଯୋଗଦେଲେ । ରାଜନୀତି ଭିତରେ ଓଡ଼ିଶାର ପଛୁଆ ଜିଲ୍ଳା ପୁଣି ଥରେ ପଛରେ ପଡ଼ିଗଲା ।