ଏହି ଚାରିଜଣଙ୍କ ମଧ୍ୟରୁ ପ୍ରଥମେ କିଏ ହେବେ ଦୁର୍ଘଟଣାର ଶିକାର ? ଉତ୍ତରରୁ ଜଣାପଡିବ ଆପଣଙ୍କ ସ୍ୱଭାବ ।

48

ସାମ୍ନାରେ ଆପଣଙ୍କ ପାଇଁ ଏକ ଫଟୋ ରହିଛି । ଫଟୋଟିରେ ଦେଖିବାକୁ ମିଳୁଛି ଯେ ୪ ଜଣ ଭିନ୍ନ ବ୍ୟକ୍ତି ଭିନ୍ନ ଭିନ୍ନ ୪ଟି ଦୁର୍ଘଟଣାକୁ ସାମ୍ନା କରିବାକୁ ଯାଉଛନ୍ତି । ଜଣଙ୍କ ସାମ୍ନାରେ ମ୍ୟାନହୋଲ୍, ଜଣଙ୍କ ସାମ୍ନାରେ କଣ୍ଟା, ଜଣଙ୍କ ସାମ୍ନାରେ ଗଛ ତ ଅନ୍ୟ ଜଣଙ୍କ ସାମ୍ନାରେ ଗାଡ଼ି । ୪ ଜଣ ଅଗୋଚର ଅବସ୍ଥାରେ ଦୁର୍ଘଟଣା ଆଡ଼େ ମାଡ଼ି ଯାଉଛନ୍ତି । ଏବେ ଆପଣ ଚିନ୍ତା କରନ୍ତୁ ଯେ ପ୍ରଥମେ କେଉଁ ବ୍ୟକ୍ତି ଦୁର୍ଘଟଣାର ସାମ୍ନା କରିବେ ? ଆପଣଙ୍କ ଭାବନାରୁ ଆପଣଙ୍କ ପ୍ରକୃତି ଓ ସ୍ୱଭାବ ସଂପର୍କରେ ଜାଣିପାରିବେ ।

ଯଦି ଆପଣ ‘ଏ’ ଭାବିଛନ୍ତି ତେବେ ଆପଣ ଜଣେ ପ୍ରକୃତି ପ୍ରେମୀ । ଖୁବ୍ ଭାବପ୍ରବଣ । ତୁମେ ଖୁବ୍ ଜ୍ଞାନୀ ଓ ଲୋକମାନେ ତୁମ ପାଖକୁ ନିଜର ସମସ୍ୟା ନେଇ ସମାଧାନ ପାଇଁ ଆସନ୍ତି । ଆପଣ ଜଣେ ନେତା ଶ୍ରେଣୀୟ ବ୍ୟକ୍ତି । ଜଣେ ଭଲ ବନ୍ଧୁ ମଧ୍ୟ । ଆପଣ ଅନ୍ୟମାନଙ୍କ ସମସ୍ୟାର ଖୁବ୍ ଭଲ ସମାଧାନ ଦେଇଥାନ୍ତି । ଖୁବ ସାହାଯ୍ୟକାରୀ ସ୍ୱଭାବର ।

ଯଦି ଆପଣ ‘ବି’ ଭାବିଛନ୍ତି ତେବେ ଆପଣ ନିଜେତ ଖୁବ୍ ସରଳ ଓ କୌଣସି ମତେ ଜଟିଳତା ପସନ୍ଦ କରନ୍ତି ନାହିଁ । ଆପଣଙ୍କ ଜୀବନଶୈଳୀ ସାଧାରଣ ଓ ଧାର୍ମିକ । ଆପଣ ଟିକେ ବାସ୍ତବିକାତାରେ ବେଶି ବିଶ୍ୱାସ କରନ୍ତି ।

ଯଦି ଆପଣଙ୍କ ଉତ୍ତର ‘ସି’ ତେବେ ଆପଣ ଜଣେ ଜ୍ଞାନୀ ବ୍ୟକ୍ତି । ଆପଣ କୌଣସି ବି କାର୍ୟ୍ୟକୁ ଅଧୁରା ଛାଡ଼ିବାକୁ ପସନ୍ଦ କରନ୍ତି ନାହିଁ । ଆପଣ ଖୁବ୍ ସାମାଜିକ । ବନ୍ଧୁ ବନାଇବା ଆପଣଙ୍କର ସଉକ ହୋଇଥାଏ । ଆପଣଙ୍କୁ ଅନେକ ଲୋକ ଆବଶ୍ୟକ କରିଥାନ୍ତି । ଆପଣ ସମସ୍ତଙ୍କ ପାଖରେ ନିଜର ଏକ ନିର୍ମଳ ଭାବମୂର୍ତ୍ତି ରଖିବାରେ ସଫଳ ହୋଇଥାନ୍ତି ।

ଯଦି ଆପଣ ଭାବୁଛନ୍ତି ଯେ ଦୁର୍ଘଟଣା ପ୍ରଥମେ ‘ଡି’ ସାମ୍ନା କରିବ ତେବେ ଆପଣ ଖୁବ୍ ସୃଜନଶୀଳ । ପ୍ରତ୍ୟେକ ଭିନ୍ନ ଜିନିଷକୁ ଆପଣ ସ୍ୱତନ୍ତ୍ର କରି ଉପସ୍ଥାପନା କରିବାର ସାମର୍ଥ୍ୟ ରଖନ୍ତି । ସାହିତ୍ୟ ଓ ସଂଗୀତ ପ୍ରତି ଆପଣଙ୍କର ବିଶେଷ ଦୁର୍ବଳତା ରହିଛି ।