ବର୍ତ୍ତମାନର ପରିସ୍ଥିତିକୁ ଦେଖିଲେ ଲାଗୁନି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମନାରେ କୈାଣସି ବଡ ସମସ୍ୟା ଅଛିି । ଯଦି ମୋଦି ସେହି ଭୁଲକୁ ଦୋହରାଇବେ ଯାହା ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତିି ଜାରି କରିକି କରିଥିଲେ ବା ବଜରଙ୍ଗ ଦଳ, କୃଷକ ସଂଘ, ଭାରତୀୟ ଶ୍ରମିକ ସଂଘ, ରାମ ସେନା, ଗୋ ରକ୍ଷକ ଆଦି ଦଳ ମିଶି ଯଦି ନିଜର ଏଜେଣ୍ଡାକୁ ନେଇ ଆକ୍ରାମକ ହୋଇଯାଆନ୍ତି ବା ଦେଶର ଛୋଟ ବଡ ରାଜନୈତିକ ଦଳ ଏକାଠି ହୋଇଯାଆନ୍ତି ଏବଂ ତାଙ୍କୁ ଜୟପ୍ରକାଶ ନାରାୟଣ ଭଳି ନେତା ମିଳିଯାଆନ୍ତି ତେବେ ପରିସ୍ଥିତି ବଦଳିପାରେ, ଅନ୍ୟଥା ନୁହେଁ ।

ରାହୁଲ ଗାନ୍ଧୀ ନରେନ୍ଦ୍ର ମୋଦୀଙ୍କୁ ଦୁର୍ନୀତି , ଜିଏସଟିକୁ ଗବବର ସିଂହ ଟ୍ୟାକ୍ସ ଏବଂ ନୋଟବନ୍ଦୀକୁ ବର୍ବାଦୀ କହିଥିଲେ । ଏହା ସତ୍ୱେ ସେ ଉତ୍ତର ପ୍ରଦେଶ ଓ ଗୁଜରାଟର ଜନତାଙ୍କୁ ଖୁସି କରିପାରି ନଥିଲେ । କିନ୍ତୁ ଜଣା ନାହିଁ ଦେଶର ଜନତା ଏହି ଉଗ୍ରତାକୁ କେମିତି ରୂପରେ ଗ୍ରହଣ କରିବେ । ଗମ୍ଭୀର ବିଷୟ ଉପରେ ଦେଶର ଗରୀବ ଓ ଅଶିକ୍ଷିତ ଭୋଟର ସାମୁହିକ ଭାବେ ନିର୍ଣ୍ଣାୟକ ଭୋଟ କରନ୍ତି । ଏମିତି ବି ହୋଇଛି କଂଗ୍ରେସ ୩୫ ପ୍ରତିଶତ ଭୋଟରେ ଶାସନ କରିଛି । ସେତେବେଳେ ଦୋଷ ଜନତାର ନୁହେଁ ନେତାଙ୍କ ଥିଲା , ସେମାନେ ବିକଳ୍ପ ଯୋଗାଇ ପାରୁ ନଥିଲେ । ଜନତା ରାହୁଲ ଗାନ୍ଧୀଙ୍କ ଉପରେ ବିଶ୍ୱାସ କରି ମୋଦୀଙ୍କୁ ଦୁର୍ନୀତିର ପ୍ରତିମୂର୍ତ୍ତି ମାନିବେ ଯଦି ସରକାର ଟଳିବ ଓ ଜନତା ସମସ୍ତ ଦୋଷକୁ ଭିତ୍ତିହୀନ ପାଇବ ଯଦି ଦେଶ କଂଗ୍ରେସ ମୁକ୍ତ ରହିବ ।

ଆସନ୍ତା ନିର୍ବାଚନ ଦେଶର ଇତିହାସରେ ଏକ ଦୂରଗାମୀ ପରିଣାମ ଆଣିବ, ସେଥିପାଇଁ ଏହା ବହୁତ ମହତ୍ୱପୂର୍ଣ୍ଣ ହେବ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ୧୦୦ ବର୍ଷର ଅଭିଜ୍ଞତା ଆଧାରରେ ଜାଣିଛି ଯେ ମୋଦିଙ୍କ ପଦକ୍ଷେପ ଧିରେ ଧିରେ ଲକ୍ଷ୍ୟ ସ୍ଥାନକୁ ବଢ଼ୁଛି ଏବଂ କିଛି ବି ତରବରିଆ କାମ ସବୁକୁ ନଷ୍ଟ କରିଦେବ । ଗୋଟେ ପଟେ ରାହୁଲ ଗାନ୍ଧୀ, ମମତା ବାନାର୍ଜୀ ଏବଂ ଜେଲ ରେ ବନ୍ଦ ଲାଲୁ ପ୍ରସାଦ ଯାଦବଙ୍କ ମୋଦୀଙ୍କ ଉପରେ ଆଲୋଚନା କରିବା ବୁମେରାଙ୍ଗ ପରି କାମ ବି କରିପାରେ । ଗତ ନିର୍ବାଚନ ଭଳି ଏଥର ବି ସମ୍ଭାବନା ଅଛି ଯେ ସମସ୍ତ ବିରୋଧୀ ଦଳଙ୍କ ଭୋଟ ମିଶି କି ବିଜେପି ଭୋଟରୁ ଅଧିକ ହୋଇଯିବ । କିନ୍ତୁ ସଠିକ ନେତୃତ୍ୱର ଅଭାବରେ କିଛି ଫରକ ରହିବନି ।

ଯଦି ଆମେ ମାନି ନେଉଛେ କି କିଛି ସମୟ ପାଇଁ ସମସ୍ତ ଦଳ ମିଶି କି ଏକଜୁଟ ହୋଇଯିବେ, ତେବେ ବି ମୋରାରଜୀଙ୍କ ଜନତା ଦଳରୁ ଭଲ କେହି ହୋଇପାରିବେନି । ଅଟଳ ବିହାରୀ ବାଜପେୟୀ ନିଜର ଅଭିନବ ଶୈଳୀରେ ଦଳ ବିଷୟରେ କହିଥିଲେ “ ଆମେ ନିଜ ଦୀପ ଲିଭାଇ ଏକ ମଶାଲ ଜଳାଇଥିଲୁ ଯେଉଁଠି ଆଲୁଅ କମ ଅଛି ଧୁଆଁ ବେଶି ।” ଭାରତୀୟ ଜନସଂଘର ନିର୍ବାଚନୀ ଚିହ୍ନ ଦୀପ ଥିଲା, ଯାହାର ଅନ୍ତ ଜନତା ଦଳରେ ହୋଇଥିଲା । ଆଜିର ବିରୋଧୀଙ୍କ ପାଇଁ ଅଟଳଙ୍କ ଅନୁଭବ ଉପଯୋଗୀ ହେବ ।