ଛାତ୍ର ସଂସଦ ନିର୍ବାଚନକୁ ନେଇ ଚଳଚଂଚଳ କଲେଜ କ୍ୟାମ୍ପସ ! ଆଜି ମନୋନୟନ ପତ୍ର ଦାଖଲ କରିବେ ଆଶାୟୀ ପ୍ରାର୍ଥୀ

27

କନକ ବ୍ୟୁରୋ: ଆଜି ପ୍ରାର୍ଥୀପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଆଶାୟୀ ପ୍ରାର୍ଥୀମାନେ ସମର୍ଥକଙ୍କ ସହ ଆସି ଆଜି ନିର୍ଦ୍ଧାରିତ ସମୟରେ ନାମାଙ୍କନ ଦାଖଲ କରିବେ । ଏଥିପାଇଁ କଲେଜ ଗୁଡିକରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଆଜି ନାମାଙ୍କନ ପରେ ପ୍ରାର୍ଥୀପତ୍ର ଯାଂଚ, ପ୍ରତ୍ୟାହାର ପରେ ୨୨ ତାରିଖରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର ମିଟିଙ୍ଗ ହେବ ।

ପ୍ରାର୍ଥୀମାନେ ନିଜର ଭାଷଣ ମାଧ୍ୟମରେ ନିଜ ସପକ୍ଷରେ ଛାତ୍ରଛାତ୍ରୀ ଆଣିବା ପାଇଁ ଚେଷ୍ଟା କରିବେ । ୨୩ ତାରିଖରେ ନିର୍ବାଚନ ହେବ ଏବଂ ଫଳାଫଳ ପ୍ରକାଶ ପାଇବ । ଗତକାଲି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ହଠାତ ରାଜ୍ୟର ଯୁକ୍ତ ୩ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡିକ ସରଗରମ ହୋଇଉଠିଛି । କାରଣ କଲେଜ ନିର୍ବାଚନ ଏବେ ରାଜନୈତିକ ଦଳଗୁଡିକର ପ୍ରୟୋଗଶାଳା ପାଲଟିଛି ।