କର୍ପୂର ଦୂର କରିବ ଶରୀରର ଅନେକ ସମସ୍ୟା । ଜାଣନ୍ତୁ କିପରି କରିବେ ବ୍ୟବହାର । 

86

ଘରେ ଘରେ କର୍ପୂରର ବହୁଳ କରାଯାଉଛି । ଏହାକୁ ପୂଜାକରିବା ସମୟରେ ବ୍ୟବହାର କରିବା ସହ ପୋଷାକ ଓ ବହିକୁ ସୁରକ୍ଷିତ ରଖିବା ପାଇଁ କର୍ପୂର ରଖାଯାଇଥାଏ । କିନ୍ତୁ ଏହାର ଅନେକ ଔଷଧୀୟ ଗୁଣ ରହିଛି ।

-କର୍ପୂର ଶରୀର ତଥା ମସ୍ତିଷ୍କକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

-ଆଜିକାଲି ଅନେକ ଲୋକ କହନ୍ତି ଯେ ,ସେମାନଙ୍କୁ ରାତିରେ ଭଲ ନିଦ ଆସୁନାହିଁ।ସେମାନଙ୍କ ପାଇଁ ଏକ ଭଲ ଔଷଧ ହେଲା କର୍ପୂର ତୈଳର କିଛି ବୁନ୍ଦା ନାକରେ ଲଗାଇବା।ଏହାଦ୍ୱାରା ଖୁବ୍ ଭଲ ନିଦ ଆସେ।

-ଶୀତଦିନେ ଅନେକ ଲୋକଙ୍କର ନାକ ବନ୍ଦ ହୋଇଯାଏ ଓ ନିଶ୍ୱାଃସ ନେବାରେ ସମସ୍ୟା ଉପୁଜିଥାଏ। କର୍ପୂର ଏହି ସମସ୍ୟାରୁ ମୁକ୍ତି ଦେଇଥାଏ।ଏଥିପାଇଁ ଆପଣଙ୍କୁ ଏକ ବଡ଼ ପାତ୍ରରେ ଜଳ ଗରମ କରିବାକୁ ପଡ଼ିବ ଓ ସେଥିରେ କର୍ପୂରର ଖଣ୍ଡ ମିଶାଇବାକୁ ପଡ଼ିବ।ଏକ ତଉଲିଆ ଢ଼ାଙ୍କି ଦେଇ ବାମ୍ଫକୁ ନିଅନ୍ତୁ। ଯେପରି ଷ୍ଟିମ୍ ବାହାରକୁ ଯାଇନପାରେ।ସେହି ବାମ୍ଫକୁ ନାକ ଭିତରକୁ ନିଅନ୍ତୁ।

-କେଶ ବୃଦ୍ଧି ଲାଗି ମଧ୍ୟ କର୍ପୂର ତୈଳ ଉପଯୁକ୍ତ।ତେଲରେ ଅଳ୍ପ କର୍ପୂର ମିଶାଇ କେଶରେ ଲଗାଇଲେ,ତାହା କେଶ ବୃଦ୍ଧିରେ ସହାୟକ ହୋଇଥାଏ।

-ଯେଉଁମାନଙ୍କର ଦେହ କୁଣ୍ଡେଇ ହୋଇଥାଏ,ସେମାନେ ଏଥିରୁ ରକ୍ଷା ପାଇବା ଲାଗି ପାଣିରେ କର୍ପୂର ତେଲ ମିଶାଇ କୁଣ୍ଡେଇ ହେଉଥିବା ଜାଗାରେ ଲଗାଇଲେ,ସେଥିରୁ ମୁକ୍ତି ମିଳିଥାଏ।

-ଖାଲି ସେତିକି ନୁହେଁ କର୍ପୂର ମଧ୍ୟ ଡ଼େଙ୍ଗୁ ମଶାରୁ ରକ୍ଷା କରିଥାଏ।କୋଠରୀରେ କର୍ପୂର ଜଳାଇ ସବୁ କବାଟ ଓ ଝରକା ବନ୍ଦ କରିଦେଲେ,ସେଥିରେ ଥିବା ସବୁ ମଶା ମରିଯାଆନ୍ତି ଓ ମ୍ୟାଲେରିଆ ଓ ଡ଼େଙ୍ଗୁ ଆଦି ରୋଗରୁ ମଧ୍ୟ ରକ୍ଷା ମିଳିଥାଏ।