ପାଟକୁରାରେ ବହୁଛି ପ୍ରଚାର ପବନ । ଭୋଟ୍ ପୂର୍ବରୁ ଶକ୍ତି ପ୍ରଦର୍ଶନ କଲେ ଦଳୀୟ ନେତା, ପ୍ରାର୍ଥୀଙ୍କୁ ଜିତାଇବାକୁ ବୁଲିଲେ ଡୋର୍ ଟୁ ଡୋର୍ ।

ଗତ ସାଧାରଣ ନିର୍ବାଚନ ପରେ ଫୋକସରେଥିବା ପାଟକୁରା ପାଇଁ ଚାଲିଛି ମାରାଥନ୍ ପ୍ରଚାର । ତେବେ ଶାସକ ବିଜେଡି ଏଠାରେ ଡେରା ପକାଇଥିବାବେଳେ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ମଧ୍ୟ ହେଭିୱେଟ୍ ନେଟ୍ମାନେ ପାଟକୁରା ପ୍ରଚାର ମୈଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି ।

350

କନକ ବ୍ୟୁରୋ: ଆଉ କିଛି ଦିନର ଅପେକ୍ଷା, ପାଟକୁରା ପାଇଁ ନେତା ବାଛିବେ ପାଟକୁରାବାସୀ । ଆସନ୍ତା ୨୦ ତାରିଖରେ ପାଟକୁରାରେ ଭୋଟ୍ ପଡ଼ିବାକୁ ଥିବାବେଳେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଦଳର ଶୀର୍ଷ ନେତାମାନେ ଜୋରଦାର କରିଛନ୍ତି ପ୍ରଚାର । ଗତ ସାଧାରଣ ନିର୍ବାଚନ ପରେ ଫୋକସରେଥିବା ପାଟକୁରା ପାଇଁ ଚାଲିଛି ମାରାଥନ୍ ପ୍ରଚାର । ତେବେ ଶାସକ ବିଜେଡି ଏଠାରେ ଡେରା ପକାଇଥିବାବେଳେ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ମଧ୍ୟ ହେଭିୱେଟ୍ ନେଟ୍ମାନେ ପାଟକୁରା ପ୍ରଚାର ମୈଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି ।

ଫୋକସରେ ପାଟକୁରା ବାହୁଡ଼ା ପରେ ପାଟକୁରାରେ ‘ହାତ’ ବୁଲିବ ବୋଲି କହିଥିବା ପିସିସି ସଭାପତି ଆଜି ପାଟକୁରାରେ ପ୍ରଚାର କରିଛନ୍ତି । ପାଟକୁରା କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ପାଇଁ ଭୋଟ୍ ମାଗୁଥିବା ଦେଖିବାକୁ ମିଳିଛି । କେବଳ ପିସିସି ସଭାପତି ନୁହେଁ ବରଂ କଂଗ୍ରେସ ବିଧାୟକ ଦଳନେତା ନରସିଂହ ମିଶ. ଜଟଣୀ ବିଧାୟକ ସୁର ରାଉତରାୟ, ଏବଂ ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ଭଳି ଅନେକ ତୁଙ୍ଗ ନେତାମାନେ ପାଟକୁରା ନିର୍ବାଚନୀ ମୈଦାନରେ ଦେଖିବାକୁ ମିଳିଛି । ଗତ ସାଧାରଣ ନିର୍ବାଚନରେ ରାଜ୍ୟରେ ବିପର୍ଯ୍ୟୟ ସାମ୍ନା କରିଥିବା କଂଗ୍ରେସ ପାଇଁ ପାଟକୁରା ସମ୍ନାନର ଲଢ଼େଇ ହୋଇପାରେ ।

ପ୍ରଚାର ବେଳେ ପିସିସି ସଭାପତି କହିଛନ୍ତି କି, ରାଜ୍ୟ ଓ କେନ୍ଦ୍ରରେ ବିଜ୍ଞାପନର ସରକାର ଚାଲିଛି । ବିଧାନସଭାରେ ବିଜେପି-ବିଜେଡି ଉଭୟ ଭାଇ-ଭାଇ । ତେଣୁ ରାଜ୍ୟକୁ ଏକ ଶକ୍ତ ବିରୋଧୀଦଳ ଦରକାର । ସେହିଭଳି ସୁର କହିଛନ୍ତି କି, ବିଜେପି-ବିଜେଡିର ଅର୍ଥବଳ ଏଠାରେ କିଛି କାମ ଦେବନି ବରଂ ଲୋକମାନେ ଏହାକୁ ପ୍ରତ୍ୟାଖାନ କରି ପାଟକୁରା ମାଟିର ପୁଅ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ବିପୁଳ ଭୋଟ୍ ଦେଇ ବିଜୟ କରିବେ ବୋଲି କହିଛନ୍ତି ସୁ ରାଉତରାୟ ।

ସେପଟେ ବିଜେପି ମଧ୍ୟ ପଛରେ ପଡ଼ିନାହିଁ । ସୁନ୍ଦରଗଡ଼ ବିଜେପି ସାଂସଦ ଜୁଲଊ ଓରାମ ଏବଂ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଘର ଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଶାସକ ବିଜେଡି ଓ ବିରୋଧୀ କଂଗେସ ପ୍ରାର୍ଥୀଙ୍କୁ ଚକମା ଦେଇ ଜବରଦସ୍ତ ପ୍ରଚାର କରୁଛନ୍ତି ଜୁଏଲ । ଆଉ ଜୁଏଲ ମଧ୍ୟ ଦମ୍ଭୋକ୍ତି ବାଢ଼ିଛନ୍ତି ଯେ, ବିଜୟ ବାବୁଙ୍କୁ ଏଥର ପାଟକୁରାବାସୀ ନିଶ୍ଚିତ ବିଧାନସଭାକୁ ପଠାଇବେ ଆଉ ବିଜେପିକୁ ‘ବିଜୟ’ ଦେବେ ।