ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର : ମୈଦାନରେ ଭୋଟରଙ୍କୁ ନିଜ ସପକ୍ଷରେ କରିବାକୁ ପ୍ରାର୍ଥୀଙ୍କ କସରତ,୧୮ ତାରିଖରେ ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ହେବ ଭୋଟ

118

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମିଲାଣି ପ୍ରଚାର । ଆସନ୍ତା ୧୮ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର ୫ଟି ଲୋକସଭା ୩୫ଟି ବିଧାନସଭା ଆସନ ପାଇଁ ହେବ ଭୋଟ୍ ଗ୍ରହଣ । ଏହି ପର୍ଯ୍ୟାୟରେ ହେବାକୁ ଥିବା ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, ଆସ୍କା, ଓ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ହେବ ନିର୍ବାଚନ ।

ସେପଟେ ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ଶାନ୍ତି ଶୃଙ୍ଖଳାର ସହ ରାଜ୍ୟର ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଭୋଟ ଗ୍ରହଣ ହୋଇଛି । ୪ ଲୋକସଭା ଆସନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ୨୬ ଜଣ ପ୍ରାର୍ଥୀ ୨୮ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୯୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ ଗତକାଲି ସଂଧ୍ୟା ୬ଟା ସୁଦ୍ଧା ପ୍ରାୟ ୬୮ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । କେତେକ ସ୍ଥାନରେ ମେସିନର ସଠିକ୍ ବ୍ୟବହାର ହୋଇନଥିବାରୁ ମତଦାନ ଆରମ୍ଭରୁ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ।