ରାହୁଲଙ୍କ ନୂଆ ଅନଦାଜ ! ସାର ନ ଡାକି ରାହୁଲ ଡାକିବା ପାଇଁ ଛାତ୍ରଛାତ୍ରୀଙ୍କୁ କହିଲେ କଂଗ୍ରେସ ଅଧ୍ୟକ୍ଷ

ନିଜ ନିଜ ଷ୍ଟାଇଲରେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ନେତା ପ୍ରସ୍ତୁତ

194

କନକ ବ୍ୟୁରୋ : ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି କିଛି ନିଆରା କରିବା ପାଇଁ ଅନେକ ରାଜନୈତିକି ଦଳର ନେତାମାନେ ଇଚ୍ଛା ପ୍ରକାଶ କରୁଛନ୍ତି । ନିଜ ନିଜ ଷ୍ଟାଇଲରେ ଲୋକଙ୍କୁ ପ୍ରଭାବିତ କରିବା ପାଇଁ ନେତା ପ୍ରସ୍ତୁତ ହେଉଥିବା ଭଳି ମନେହେଉଛି । ତେବେ ମିଳିଥିବା ସୂଚନା ଅନୁସାରେ ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚେନ୍ନାଇର ଏକ ବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ । ତେବେ ସେଠାରେ ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଆଲୋଚନା ମଧ୍ୟ କରୁଥିଲେ । ତେବେ ସେଠାରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା ।

source : Google

ହଠାତ ରାହୁଲ କହିଥିଲେ ଥିଲେ ଯେ, ‘‘ସାର୍ ପରିବର୍ତ୍ତେ ମତେ ତୁମେ ରାହୁଲ୍ ଡାକି ପାରବ? ଏଇଟା ମତେ ଭଲ ଲାଗେ।’’ ଜଣେ କଲେଜ ଛାତ୍ରୀ ପ୍ରଶ୍ନ ପଚାରିବାକୁ ‘ସାର୍’ ବୋଲି ସମ୍ବୋଧନ କରିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଏ କଥା କହିଥିଲେ। ଏବଂ ଉପସ୍ଥିତ ଶିକ୍ଷାର୍ଥୀମାନେ ବଡ଼ ପାଟିରେ ଏକଥାକୁ ସମର୍ଥନ ଜଣାଇଥିଲେ। ଆଗାମୀ ନିର୍ବାଚନ ଉପଲକ୍ଷେ ସଚେତନତା ଅଭିଯାନର ଅଂଶସ୍ୱରୂପ ବୁଧବାର ଦିନ ରାହୁଳ ଗାନ୍ଧୀ ଚେନ୍ନାଇର ଷ୍ଟେଲା ମେରିସ୍ କଲେଜକୁ ଯାଇଥିଲେ। ମହିଳା ମହାବିଦ୍ୟାଳୟରେ ଭାଷଣ ଦେବା ପାଇଁ ସେ କୁର୍ତ୍ତା ପାଇଜାମା ପରିବର୍ତ୍ତେ ପିନ୍ଧିଥିଲେ ଧୂସର ଟି-ସାର୍ଟ ଓ ଡେନିମ୍ ଜିନ୍ସ୍।

ଷ୍ଟେଲା ମେରିସରେ ପହଞ୍ଚିବା ପରେ ତଳେ ବସିଥିବା ଝିଅମାନଙ୍କର ପ୍ରଶ୍ନର ଉତ୍ତର ଦେବାକୁ ରାହୁଲ୍ ମଞ୍ଚ ଉପରକୁ ଉଠି ଯାଇଥିଲେ। ଝିଅଟିଏ ପ୍ରଶ୍ନ ଆରମ୍ଭ କରି କହିଥିଲା ‘ହାଏ ସାର୍’। ରାହୁଲ୍ ବାଧା ଦେଇ କହିଥିଲେ, ‘‘ସାର୍ ପରିବର୍ତ୍ତେ ମତେ ରାହୁଲ୍ ଡାକି ପାରିବ? ଏଇଟା ମତେ ଭଲ ଲାଗେ। ଏ କଥା ଶୁଣି ଖୁସିରେ ଉଚ୍ଛୁଳି ଉଠିଲେ ଶ୍ରୋତାମାନେ। ହଡ଼ବଡ଼େଇ ଯାଇ ଫାଇନ୍ ଆର୍ଟ ପଢୁଥିବା ଆଜ୍ରା ନାମକ ସେ ଝିଅଟି ‘ରାହୁଲ୍’ କହି ତା’ର ପ୍ରଶ୍ନ ପଚାରି ଥିଲା। ପ୍ରଶ୍ନଟି ଥିଲା ଏମିତି: ‘ଟାଟା ଇନଷ୍ଟିଚ୍ୟୁଟ ଅଫ୍ ଫଣ୍ଡାମେଣ୍ଟାଲ୍ ରିସର୍ଚ’ ଉତ୍କଟ ଅର୍ଥ ସମସ୍ୟାର ସମ୍ମୁଖୀନ ହେଉଛି।
ଏ ବିଷୟରେ ଆମେ କ’ଣ କରି ପାରିବା? ରାହୁଲ୍ ଉତ୍ତର ଦେଇ ଥିଲେ: ଆମେ ଜାଣିଛେ ଭାରତ ଶିକ୍ଷା ଉପରେ କମ୍ ଖର୍ଚ୍ଚ କରୁଛି, ଖାଲି ଶିକ୍ଷାରେ ଟଙ୍କା ଖର୍ଚ୍ଚ କରିବା କଥା ନୁହେଁ, ଶିକ୍ଷାରେ ସ୍ୱାଧୀନତା କଥା ମଧ୍ୟ। ଆମର ସମସ୍ତ ଶିକ୍ଷାନୁଷ୍ଠାନ ଆମକୁ ଆହ୍ଵାନ ଦେବାକୁ ସମର୍ଥ ହେବା ଉଚିତ। ଏହି ଘଟଣାର ଭିଡିଓକୁ ଗତକାଲି ସୁଦ୍ଧା ସାମାଜିକ ଗଣମାଧ୍ୟମରେ ୮୦୦ ଥର ଟୁଇଟ୍ କରାଯିବା ସହ ୨, ୫୦୦ ଲୋକଙ୍କ ଦ୍ୱାରା ଲାଇକ୍ ପାଇଛି। ସରଳତା ଲାଗି କେତେକ ଟୁଇଟ୍ ବ୍ୟବହାରକାରୀ ରାହୁଲ୍ଙ୍କୁ ପ୍ରଶଂସା କରିଛନ୍ତି।

Comments are closed.