ଖୁବ ଶୀଘ୍ର ଦୂର ହେବ କଲଡ୍ରପ୍ ସମସ୍ୟା ! ଆଉ କଟିବ ନାହିଁ କଲ୍, ସରକାର ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

43

ମୋବାଇଲ ଫୋନରେ କଥାବାର୍ତ୍ତା ସମୟରେ ବେଳେବେଳେ ହଠାତ୍ କଲ୍ କଟିଯାଇଥାଏ । ଏହାକୁ କଲଡ୍ରପ କୁହାଯାଇଥାଏ । ଆଉ ଏଥିପାଇଁ ଗ୍ରାହକ ଟେଲିକମ୍ କମ୍ପାନୀ ଗୁଡ଼ିକ ଉପରେ ଖୁବ ଅସନ୍ତୁଷ୍ଟ ଥାଆନ୍ତି । ତେବେ ଏପରି ସମସ୍ୟା ଦୂର କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଦୂରସଂଚାର ସେବା ପ୍ରଦାନ କରୁଥିବା କମ୍ପାନୀ ଗୁଡ଼ିକ କଲ ଡ୍ରପ୍ ସମସ୍ୟାରୁ ସମାଧନା ପାଇଁ ନିଜର ଚିରାଚରିତ ଢ଼ାଞ୍ଚାକୁ ଅପଗ୍ରେଡ଼୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଉ ଏଥିପାଇଁ ୭୪ ହଜାର କୋଟି ଟଙ୍କା ନିବେଶ କରିବା ପାଇଁ ଆଲୋଚନା ହୋଇଛି । ଗତ ମଙ୍ଗଳବାର ଏନେଇ ଦୂଚସଂଚାର ସଚିବ ସୂଚନା ଦେଇଛନ୍ତି । ଭାରତୀ ଏୟାରଟେଲ ଓ ରିଲାଏନ୍ସ ଜିଓ ପରି ବଡ଼ ବଡ଼ ଟେଲିକମ୍ କମ୍ପାନୀ ଗୁଡ଼ିକ କଲ ଡ୍ରପ୍ ସମସ୍ୟା ନେଇ ଦୂରସଂଚାର ସଚିବଙ୍କ ସହ ଆଲାଚନା କରିଛନ୍ତି ।

କଲ ଡ୍ରପ୍ ସମସ୍ୟା ଯୋଗୁଁ ଗ୍ରାହକ ଅନେକ ସମସ୍ୟା ଭୋଗୁଛନ୍ତି । ଗ୍ରାହକମାନେ ସବୁ ଆଉ ଏନେଇ ଅଭିଯୋଗ କରିଆସୁଛନ୍ତି । ତେବେ ଏହି ସମସ୍ୟା ଦୂର କରିବା ପାଇଁ ଭାରତୀ ଏୟାରଟେଲ ୧୬ ହଜାର କୋଟି ଙ୍କା ନିବେଶ କରିସାରିଛି । ଆଉ ୨୪ ହଜାର କୋଟି ଟଙ୍କା ନିବଶେ ପାଇଁ ନିଷ୍ପତ୍ତି ନେଇଛି । ଏହା ବ୍ୟତୀତ ଜିଓ ଆଗାମୀ ଆର୍ଥିକ ବର୍ଷରେ ଏକ ଲକ୍ଷ ଟାୱାର ଲଗାଇବା ପାଇଁ ୫୦ ହଜାର କୋଟି ନିବେଶ କରିବ ବୋଲି ସୂଚନା ମିଳିଛି ।

ଭାରତରେ ଏକ ସମୟ ଥିଲା ଯେତେବେଳେ ଉପଯୁକ୍ତ ସ୍ଥାନ ଅଭାବ ରହିଛି ବୋଲି ସମସ୍ୟା ରହିଛି ବୋଲି ସୂଚନା ଦେଇଥିଲେ । ଏଥିଯୋଗୁଁ କଲ ଡ୍ରପ୍ ସମସ୍ୟା ଭୋଗୁଥିଲେ ଗ୍ରାହକ । କମ୍ପାନୀ ଗୁଡ଼ିକ କହିଛନ୍ତି, କିଛି ମୋବାଇଲ ଫୋନ୍ ଆବଶ୍ୟକ ପ୍ରମାଣନ ମାପଦଣ୍ଡକୁ ପାଳନ କରିନାଆନ୍ତି । ଦୂରସଂଚାର ସଚିବ କହିଛନ୍ତି ସମୟ ଥିଲା ଗୋଟିଏ ମୋବାଇଲ ଟାୱାରକୁ ୪୦୦ ୟୁଜର ବ୍ୟବହାର କରିଥିଲେ । କିନ୍ତୁ ଏବେ ସମୟ ବଦଳିଛି । ତେଣୁ ଆଗାମୀ ସମୟରେ ଏପରି ସମସ୍ୟାରୁ ଗ୍ରାକହଙ୍କୁ ମୁକ୍ତି ମିଳିବ ବୋଲି ଆଶା କରାଯାଇଛି ।