ମୃତ୍ୟୁର କୋଳରେ ‘ସିଜର’! ୨୬/୧୧ ମୁମ୍ବାଇ ଆକ୍ରମଣ ଦିନ ଶହଶହ ଜୀବନ ରକ୍ଷା କରିଥିଲା ଏହି କୁକୁର

73

୨୬/୧୧ ମୁମ୍ବାଇ ଆକ୍ରମଣରେ ହିରୋ ସାଜିଥିବା ‘ସିଜର’ ଶେଷରେ ଶେଷ ନିଶ୍ୱାସ ତ୍ୟାଗ କରିଛି । ସିଜରର ମୃତ୍ୟୁରେ ମୁମ୍ବାଇରେ ଦୁଃଖର ଛାୟା ଖେଳିଯାଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସଂପନ୍ନ କରାଯାଇଛି ସିଜରର ।

ସ୍ନିଫର ସ୍କ୍ୱାର୍ଡର ୪ କୁକୁରଙ୍କ ମଧ୍ୟରେ ‘ସିଜର’ ହେଉଛି ଶେଷ ସଦସ୍ୟ, ଯିଏ ଗତକାଲି ପ୍ରାଣ ହରାଇଛି । ଏହି ବର୍ଷ ଅନ୍ୟ ତିନି କୁକୁରଙ୍କ ମୃତ୍ୟୁ ହୋଇସାରିଛି । ୨୦୦୮ ନଭେମ୍ବର ୨୬ ତାରିଖରେ ଆତଙ୍କବାଦୀମାନେ ମୁମ୍ବାଇ ଆକ୍ରମଣ କରିଥିବା ବେଳେ ବିଭିନ୍ନ ଜାଗାରେ ବୋମା ଖଂଜିଥିଲେ । ମୁମ୍ବାଇ ଡଗ୍ ସ୍କ୍ୱାର୍ଡର ସଦସ୍ୟ ‘ସିଜର’ ତାର ତିନି ସାଥୀଙ୍କ ସହ ବୋମା ଖଂଜା ଯାଇଥିବା ସ୍ଥାନ ଚିହ୍ନଟ କରି ଆତଙ୍କବାଦୀଙ୍କ ଯୋଜନାକୁ ପଣ୍ଡ କରି ଦେଇଥିଲେ ।

ବ୍ୟସ୍ତବହୁଳ ସିଏସଟି ରେଳ ଷ୍ଟେସନ ନିକଟରୁ ଆତଙ୍କବାଦୀ ଛାଡି ଯାଇଥିବା ଦୁଇଟି ହ୍ୟାଣ୍ଡ ଗ୍ରେନେଡ୍ ଖୋଜି ପାଇବାରେ ସଫଳ ହୋଇଥିଲା “ସିଜର” । ଫଳରେ ଶହ ଶହ ଲୋକଙ୍କ ଜୀବନ ରକ୍ଷା ହୋଇଥିଲା । ହାର୍ଟ ଆଟାକ୍ ଯୋଗୁଁ ୧୧ ବର୍ଷର ‘ସିଜର’ର ମୃତ୍ୟୁ ହୋଇଛି ।