ଖୁବ ସହଜରେ କେବୁଲ ଓ ଡିଟିଏଚ୍ ଚ୍ୟାନେଲ୍ ଚୟନ କରିପାରିବେ ? ଅସୁବିଧା ହେଉଥିଲେ ପଢ଼ନ୍ତୁ ପୁରା ରିପୋର୍ଟ . .

553

ଭାରତୀୟ ଦୂରସଂଚାର ନିୟାମକ କର୍ତ୍ତୃପକ୍ଷ ଦ୍ୱାରା ପରିବର୍ତ୍ତନ ହୋଇଥିବା ଡିଟିଏଚ୍ ଓ କେବୁଲ ଟିଭିର ନିମୟ ଗତକାଲି ଠାରୁ ଲାଗୁ ହୋଇଯାଇଛି । ଏବେଠାରୁ ଦର୍ଶକ ଯେତିକି ଚ୍ୟାନେଲ୍ ଦେଖିବେ, ସେତିକି ହିଁ ଟଙ୍କା ପଇଠ କରିବେ । ଗ୍ରାହକ ନିଜ ମନପସନ୍ଦର ଚ୍ୟାନେଲ ଚୟନ କରିପାରିବେ । ଅନାବଶ୍ୟକ ଚ୍ୟାନେଲ ପାଇଁ ଆଉ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ । ସମସ୍ତ ଚ୍ୟାନେଲ ସହ ଏହା ଶୁଳ୍କ ମଧ୍ୟ ଦିଆଯାଇଛି । ଏହି ପ୍ରକ୍ରିୟାକୁ ସରଳ କରିବା ପାଇଁ ଟ୍ରାଇ ଚ୍ୟାନେଲ ଚୟନ ଜରିଆରେ ଏକ ଟ୍ରାଇ ଚ୍ୟାନେଲ ସିଲେକ୍ଟର ଆପ୍ ଲଂଚ କରିଛି । ଏହି ୱେବ ଚ୍ୟାନେଲ୍ ଜରିଆରେ ୟୁଜରଙ୍କୁ ଟିଭି ଚ୍ୟାନେଲ୍ ଓ ଏମଆରପିର ସୂଚନା ମିଳିବ । ଟ୍ରାଇର ଏହି ନୂଆ ଆପ୍ ଜରିଆରେ ଗ୍ରାହକ ମାସିକ କେତେ ଟଙ୍କା ଦେବାକୁ ପଡ଼ିବ, ସେକଥା ମଧ୍ୟ ସହଜରେ ଜାଣିପାରିବେ । ତେବେ ଏହି ଆପ୍ ସାହାଯ୍ୟରେ କିପରି ଚ୍ୟାନେଲର ଚୟନ କରିବେ, ଆସନ୍ତା ତାହାର ପ୍ରକିୟା ଜାଣିବା , , ,

୧. ଏହି ଆପ୍ଲିକେସନ ବ୍ୟବହାର କରି ଆପଣଙ୍କୁ https://channel.trai.gov.in/କୁ ଯିବାକୁ ପଡ଼ିବ ।

୨. ଆଉ ଏହାପରେ ନିମ୍ନରେ ଦେଖାଯାଉଥିବା Get Started ଟାବରେ କ୍ଲିକ୍ କରିବା ପାଇଁ ପଡ଼ିବ ।

୩. ସର୍ବପ୍ରଥମେ ୟୁଜରଙ୍କୁ ନିଜର ନାମ, ରାଜ୍ୟ ଅନ୍ୟାନ୍ୟ ସାଧାରଣ ସୂଚନା ଦେବାକୁ ପଡ଼ିବ ।

୪. ୟୁଜର ସମସ୍ତ ପ୍ରଶ୍ନର ଉତ୍ତର ଦେଲାପରେ, ତାଙ୍କ ସାମ୍ନାରେ ରୁଚି ମୁତାବକ ଏକ ଲିଷ୍ଟ ଜାରି କରାଯିବ ।

୫. ୟୁଜର ନିଜର ପସନ୍ଦ ଚ୍ୟାନେଲ ଚୟନ କରି ମାସିକ ଯୋଜନା ବିଷୟରେ ସୂଚନା ପାଇପାରିବେ । View Selection ଟାବ୍ ପାଖରେ ଆପଣଙ୍କ ଦ୍ୱାରା ଚୟନ ହୋଇଥିବା ଚ୍ୟାନେଲ ଓ ମାସିକ କେତେବ ଟଙ୍କା ଦେବାକୁ ପଡ଼ିବ ସେ ଉପରେ ବିବରଣୀ ପାଇପାରିବେ ।

 

୬. ମାଗଣା ଚ୍ୟାନେଲ, ଦେୟଯୁକ୍ତ ଚ୍ୟାନେଲ୍, ଜିଏସଟି ଟାକ୍ସ ଓ ନେଟୱର୍କ କାପାସିଟି ଫି ପାଇଁ କେତେ ଟଙ୍କା ପଇଠ କରିବା ପାଇଁ ପଡ଼ିବ ସେସବୁ ଆପଣ ଅତି ସହଜରେ ଜାଣିପାରିବେ ।

 

୭. ୟୁଜରଙ୍କୁ ଅଧିକ ଟଙ୍କା ପଇଠ କଲାପରି ଲାଗିଲେ, ସେଠାରେ ଦିଆଯାଇଥିବା optimize  ବଟନ୍ ଉପରେ କ୍ଲିକ କରି କମ ମୂଲ୍ୟର ପ୍ୟାକ୍ ବିଷୟରେ ମଧ୍ୟ ଜାଣିହେବ ।

 

୮. ଏହାବ୍ୟତୀତ ମାସିକ ଦେୟଯୁକ୍ତ ଓ ଦେୟମୁକ୍ତ ଚ୍ୟାନଲେର ତାଲିକା ମଧ୍ୟ ଦିଆଯିବ ।

 

୯. ଚ୍ୟାନେଲ ସିଲେକ୍ଟର ଆପ୍ଲିକେସନରେ ବାମ ପଟେ ରାଶି, ଏଚଡ଼ି/ଏସଡ଼ି, ଶୈଳୀ, ବ୍ରଡ଼କାଷ୍ଟ ଓ ଭାଷା ପରି ଅନେକ ବିକଳ୍ପ ଦେଖିବାପାଇଁ ମିଳିବ । ୟୁଜର ନିଜ ପସନ୍ଦ ଅନୁସାରେ ଫିଲ୍ଟର ଚୟନ କରିପାରିବେ ।