ପାୱାର କରିଡର ସରଗରମ : ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା

65

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟ ମନ୍ତ୍ରୀମଣ୍ଡଳରେ ଯେକୌଣସି ସମୟରେ ପରିବର୍ତନ ହୋଇପାରେ । ରାଜ୍ୟପାଳ ଭୁବନେଶ୍ୱର ଫେରିଥିବାରୁ ଯେକୌଣସି ମୁହୂର୍ତରେ ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ସପ୍ତାହକ ମଧ୍ୟରେ ଏହି ଅଦଳବଦଳ ହୋଇପାରେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏଥିରେ ନିଜ ବିଭାଗରେ ଦକ୍ଷତା ପ୍ରଦର୍ଶନ କରିପାରିନଥିବା କେତେକ ମନ୍ତ୍ରୀଙ୍କୁ ବାଦ୍ ଦେଇ ନୂଆ ମନ୍ତ୍ରୀଙ୍କୁ ନେବା ପାଇଁ ଚର୍ଚ୍ଚା ଚାଲିଛି । ଦଳର ଭାବମୂର୍ତି ଦୃଷ୍ଟିରୁ ବିବାଦରେ ଥିବା ଜଣେ ଯୁବ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦିଆଯାଇପାରେ ବୋଲି କୁହାଯାଛି ।

ଆଗକୁ ପଂଚାୟତ ନିର୍ବାଚନ ଆସୁଥିବା ବେଳେ ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ କାଢ଼ିନେଇ ସଂଗଠନର ଦାୟିତ୍ୱ ଦେବାକୁ ଚିନ୍ତା କରାଯାଉଛି । ଏଥିରେ କିଛି ଯୁବ ବିଧାୟକ ଓ ମୁଖପାତ୍ରଙ୍କୁ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସେହିଭଳି ଜଣେ ମୁଖପାତ୍ରଙ୍କୁ ଉପମୁଖ୍ୟସଚେତକ ପଦ ଦିଆଯାଇପାରେ ବୋଲି କୁହାଯାଉଛି । ଅନ୍ୟପଟରେ ବାଲେଶ୍ୱରର ଜଣେ ବିଧାୟକଙ୍କୁ ମନ୍ତ୍ରୀ କରାଯାଇପାରେ । ସେହିଭଳି ଜଣେ ମହିଳା ମନ୍ତ୍ରୀଙ୍କ ସ୍ଥାନରେ ପଶ୍ଚିମ ଓଡ଼ିଶାର ଜଣେ ମହିଳା ବିଧାୟକଙ୍କୁ ମନ୍ତ୍ରୀ ଭାବେ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।