ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୁର୍ଣ୍ଣ ବୈଠକ : ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ଆଲୋଚନା

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ବସୁଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୁର୍ଣ୍ଣ ବୈଠକ । ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି ବୈଠକରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ। ଓଡିଆ ଭାଷା ଆଇନ ୧୯୫୪ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି । ଗତ କିଛିମାସ ଧରି ଚାଲିଥିବା ଭାଷା ଆନ୍ଦୋଳନକୁ ଦୃଷ୍ଟିରେ ରଖି ଏହି ପ୍ରସ୍ତାବ କ୍ୟାବିନେଟରେ ପାସ ହେବା ସମ୍ଭାବନା ଅଧିକ ରହିଛି । ସେହିପରି ଓଡିଶା ବିଦ୍ୟୁତ ଶୁଳ୍କ ଆଇନ୧୯୬୧ ଏବଂ ଓଡିଶା ଗ୍ରାମ ପଂଚାୟତ ଆଇନ-୧୯୬୪ରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ସମ୍ଭାବନା ରହିଛି। ଓଡିଶା ଖଣିଜ ଉତୋଳନ ନିଗମ ପ୍ରତିଷ୍ଠା ଏବଂ ଓଏମସି ଜରିଆରେ ଶିଳ୍ପ ସଂସ୍ଥାଙ୍କୁ ଖଣିଜ ପଦାର୍ଥ ଯୋଗାଣ ନେଇ ଚର୍ଚ୍ଚା ହେବ। ସେହିପରି ପୁଞ୍ଜି ପ୍ରତ୍ୟାହାର ନେଇ କ୍ୟାବିନେଟ କମିଟିର ପୁନର୍ଗଠନ ପ୍ରସ୍ତାବରେ ମୋହର ଲାଗିବା ସମ୍ଭାବନା ରହିଛି । ଖାଦ୍ୟ ସୁରକ୍ଷା ଆଇନ ଆଧାରରେ ରାଜ୍ୟ ସରକାର ଦୁଇଟି ଧାରାରେ ଆଣିଥିବା ସଂଶୋଧନ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ମଞ୍ଜୁର କରିପାରେ ।