ଓଡିଆକୁ ସରକାରୀ ଭାଷା ପାଇଁ ମିଳିଲା ଅନୁମୋଦନ : ଆଜିଠାରୁ ଲାଗୁ ନିଷ୍ପତି

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଆକୁ ସରକାରୀ ଭାଷା କରିବା ନେଇ ଦୀର୍ଘ ଦିନର ପ୍ରୟାସ ଆଜି ନିର୍ଣ୍ଣାୟକ ମୋଡ ନେଇଛି । ରାଜ୍ୟ କ୍ୟାବିନେଟ୍ ଓଡିଆକୁ ସରକାରୀ ଭାଷା କରିବା ନେଇ ପ୍ରସ୍ତୁତ ନିୟମାବଳୀକୁ ମଂଜୁରୀ ଦେଇଛି। ମୁଖ୍ୟ ଶାସନ ସଚିବ କହିଛନ୍ତି ଏହି ନିଷ୍ପତି ଆଜିଠାରୁ ଲାଗୁ ହେଲା । ଅର୍ଥାତ୍ ଏଣିକି ସରକାରୀ ସ୍ତରରେ ଓଡିଆ ଭାଷା ବ୍ୟବହାର କରିବା ବାଧ୍ୟତାମୂଳକ ହେବ।

ଏବେ ଛୁଟି ଥିବାରୁ ୧୬ ଅଗଷ୍ଟରୁ ଓଡିଆ ଭାଷାରେ ସରକାରୀ କାମ ଆରମ୍ଭ ହେବ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗରେ ଏକ ଡିଭିଜନ ଖୋଲା ଯିବ । ଏହାସହ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଟିମ୍ ଗଠନ କରାଯିବ । ଓଡିଆ ଭାଷାର କାର୍ଯ୍ୟକାରୀତା ନେଇ ଏହି କମିଟି ପ୍ରତି ୬ ମାସରେ ତର୍ଜମା କରିବ । ଏହି ଅଧ୍ୟାଦେଶକୁ କାର୍ଯ୍ୟକାରୀ ନକଲେ ସମ୍ପୃକ୍ତ ଅଫିସରଙ୍କୁ ଦଣ୍ଡଦେବା ନେଇ ନିୟମାବଳୀରେ ବ୍ୟବସ୍ଥା ରହିବ । ମିଳିଥିବା ସୂଚନା ଅନୁସାରେ ଏହାର କାର୍ଯ୍ୟକାରୀତା ନେଇ ଖୁବଶୀଘ୍ର ନିୟମାବଳୀକୁ ଚୂଡାନ୍ତ ରୂପ ଦିଆଯିବ।