ଆଦିବାସୀଙ୍କ ଶିକ୍ଷା ଓ ଅର୍ଥନୀତିର ବିକାଶ ନେଇ କ୍ୟାବିନେଟର ବଡ ନିଷ୍ପତ୍ତି :୯ଟି ଜିଲ୍ଲାରେ ଗଠନ ହେବ ଟ୍ରାଇବାଲ୍ କାଉନସିଲ୍

12

କନକ ବ୍ୟୁରୋ : ଜନଜାତି ବହୁଳ ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ଗତକାଲି ବସିଥିବା କ୍ୟାବିନେଟ ବୈଠକରେ ମଂଜୁରୀ ଦିଆଯାଇଛି । ଏଥିପାଇଁ ସଂପୃକ୍ତ ୯ ଜିଲ୍ଲାର ୧୧୭ ବ୍ଲକରେ ଜନଜାତି ବର୍ଗର ବିକାଶ ଲାଗି ମୋଟ ୧୭୫ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ପରଷଦ ଜନଜାତିମାନଙ୍କ ସହ ଭାବନା ସହିତ ସମନ୍ୱୟ ରକ୍ଷା କରି ସେମାନଙ୍କ ଶୈକ୍ଷିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ପାଇଁ ପଦକ୍ଷେପ ନେବ ।