ରାଜ୍ୟ କ୍ୟାବିନେଟ୍ ବୈଠକରେ ୮ଟି ପ୍ରସ୍ତାବ ଉପରେ ଲାଗିଲା ମୋହର !

13

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟ୍ ବୈଠକରେ ଆଜି ୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ରାଜ୍ୟର ୪ଟି ନୂଆ ମେଡ଼ିକାଲର ଶିକ୍ଷକଙ୍କୁ ଆର୍ଥିକ ପ୍ରୋତ୍ସାହନର ପ୍ରସ୍ତାବ ମଂଜୁରୀ ମିଳିଛି । ବଲାଙ୍ଗିର ଏବଂ କୋରାପୁଟ୍ ମେଡ଼ିକାଲରେ ଯୋଗଦେଉଥିବା ପ୍ରଫେସରଙ୍କୁ ମାସିକ ଅଧିକ ୧ ଲକ୍ଷ ୨୫ ହଜାର, ଏସୋସିଏଟ୍ ପ୍ରଫେସରଙ୍କୁ ମାସିକ ଅତିରିକ୍ତ ୧ଲକ୍ଷ ଏବଂ ଆସିଷ୍ଟାଣ୍ଡ ପ୍ରୋଫେସରଙ୍କୁ ଅତିରିକ୍ତ ୫୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ଦିଆଯିବ ।

ସେହିପରି ବାରିପଦା ଏବଂ ବାଲେଶ୍ୱର ମେଡ଼ିକାଲ କଲେଜର ପ୍ରଫେସରଙ୍କୁ ମାସିକ ଅତିରିକ୍ତ ୩୫ ହଜାର, ଏସୋସିଏଟ୍ ପ୍ରଫେସରଙ୍କୁ ମାସିକ ଅତିରକ୍ତ ୨୫ ହଜାର ଏବଂ ଆସିଷ୍ଟାଣ୍ଟ୍ ପ୍ରଫେସରଙ୍କୁ ୧୫ ହଜାର ଟଙ୍କା ଅତିରିକ୍ତ ଆର୍ଥିକ ପ୍ରୋତ୍ସାହନ ଦିଆଯିବ । ସେହିପରି କଳିଙ୍ଗ ଶିକ୍ଷା ସାଥୀ ଯୋଜନାରେ ଋଣ ପରିଶୋଧର ପ୍ରଥମ କିସ୍ତିର ଧାର୍ଯ୍ୟ ସମୟରେ ୯୦ ଦିନ କୋହଳ କରାଯାଇଛି । ଫଳରେ ଛାତ୍ରଛାତ୍ରୀମାନେ ଏକ ପ୍ରତିଶତ ହାରରେ ସୁଧଦେବାର ସୁଯୋଗରୁ ବଂଚିତ ହେବେ ନାହିଁ । ଏହି ଭଳି ୮ଟି ପ୍ରସ୍ତାବକୁ କ୍ୟାବିନେଟର ମଂଜୁରୀ ମିଳିଛି ।