ଡାଲି ଜାତୀୟ ଶସ୍ୟ ଉପରେ ଭାଟ୍ ୧% କୁ ଖସିଲା : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତି

105

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଶେଷ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରିଛି ରାଜ୍ୟ କ୍ୟାବିନେଟ । ଆଜି ଅନୁଷ୍ଠିତ ବୈଠକରେ ଦକ୍ଷତା ବିକାଶ ନେଇ ରିପୋର୍ଟ ଉପସ୍ଥାପନ ହୋଇଛି । ୫୦୦ ଡାକ୍ତରୀ ପଦକୁ ଅନୁମୋଦନ ମିଳିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଡାଲି ଜାତୀୟ ଶସ୍ୟ ଉପରେ ୧ ପ୍ରତିଶତକୁ ଭାଟ ଖସିଲା । ଏହା ପରୀକ୍ଷାମୂଳକ ଭାବେ ୩ ମାସ ପାଇଁ ରାଜ୍ୟ ସରକାର କାର୍ଯ୍ୟକାରୀ କରିବେ ବୋଲି ଜଣାପଡିଛି । ଏହା ଆସନ୍ତା ଜୁଲାଇ ୧ ତାରିଖରୁ ଲାଗୁ ହେବ । ସେହିପରି ଆଦର୍ଶ ବିଦ୍ୟାଳୟ ପାଇଁ ଆସନ୍ତା ୫ ବର୍ଷରେ ୨୬ ଶହ କୋଟି ଟଙ୍କା ବୋଲି କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି ।