ରାଜ୍ୟ କ୍ୟାବିନେଟରେ ୧୪ ଟି ପ୍ରସ୍ତାବକୁ ଅନୁମୋଦନ: ବିଜୁ ଗ୍ରାମଜ୍ୟୋତି ଯୋଜନାରେ ବର୍ଷକୁ ମିଳିବ ୧ କୋଟି ଟଙ୍କା

23

କନକ ବ୍ୟୁରୋ : ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବିଜୁ ଗ୍ରାମଜ୍ୟୋତି ଯୋଜନାରେ ବାର୍ଷିକ ବ୍ୟୟ ସୀମାକୁ ବଢ଼ାଇ ଦିଆଯାଇଛି । ପୂର୍ବରୁ ଗୋଟିଏ ବ୍ଲକରେ ବିଦ୍ୟୁତ୍ ଭିତ୍ତିଭୂମିର ଉନ୍ନତି ପାଇଁ ୫୦ ଲକ୍ଷ ଟଙ୍କା ମିଳୁଥିବା ବେଳେ ଏବେ ଏହାକୁ ୧ କୋଟି ଟଙ୍କାକୁ ବଢ଼ାଯାଇଛି । ସେହିଭଳି ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏହି ସୀମାକୁ ୧ କୋଟି ୫୦ ଲକ୍ଷ ଟଙ୍କାକୁ ବଢ଼ାଯାଇଛି ।

ବିଭିନ୍ନ ନଦୀରୁ ଚାଷଜମିକୁ ପାଣି ଯୋଗାଇ ଦେବା ପାଇଁ ୫ଟି ଜିଲ୍ଲାରେ ୫୪ଟି ଉଠାଜଳସେଚନ ପ୍ରକଳ୍ପ ହେବ । ଏଥିପାଇଁ ତିନିଟି ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ବେଳେ ପ୍ରାୟ ୧୮୦୦ କୋଟି ଟଙ୍କା ମଂଜୁର କରାଯାଇଛି । ନୂଆକରି ଓଡ଼ିଶା ରାଜ୍ୟ ଆଇନ ସେବା କ୍ୟାଡର ସୃଷ୍ଟି କରାଯିବ । ଏହାଦ୍ୱାରା ସବୁ ସ୍ତରରେ ସରକାରୀ ଅଧିକାରୀମାନଙ୍କୁ ସହଜରେ ଆଇନ ପରାମର୍ଶ ମିଳିଯିବ ବୋଲି କୁହାଯାଇଛି ।