ଟିକସ କମିଲା, ଗାଡ଼ି କିଣିବା ଶସ୍ତା ହେଲା । ଜାଣନ୍ତୁ, କେତେ ଟଙ୍କାର ଗାଡ଼ି ଉପରେ ଦେବାକୁ ପଡିବ କେତେ ଟିକସ ।

60

ଆପଣ ଆଗରୁ ଗାଡ଼ି କିଣୁଥିଲେ ଆପଣଙ୍କୁ ଦେବାକୁ ପଡୁଥିଲା ୨୦ ପ୍ରତିଶତ ଟିକସ । କିନ୍ତୁ ଏବେ ଆପଣଙ୍କ ପାଇଁ ଖୁସିଖବର ଯଦି ଆପଣ ଗାଡ଼ି କିଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କୁ ମାତ୍ର ଦେବାକୁ ପଡିବ ୬ରୁ ୧୦ ପ୍ରତିଶତ ଟିକସ । ଏନେଇ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି । ଓଡିଶା ମମୋଟର ଯାନ ଟିକସ ଆଇନ, ୧୯୭୫ରେ ଧାରା ୧୫କୁ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ୫ଟି ବର୍ଗରେ ଆଦାୟ ହେଉଥିଲା ଟିକସ । ଯାହ ଏଣକି ୩ଟି ବର୍ଗରେ କିଣୁଥିବା ଗାଡ଼ିର ଟିକସ ଆପଣଙ୍କୁ ଦବାକୁ ପଡିବ । କ୍ୟାବିନେଟ ନିଷ୍ପତି ଅନୁସାରେ ଏଣିକି ଗାଡ଼ି କିଣିଲେ ୬ ପ୍ରତିଶତ, ୮ ପ୍ରତିଶତ ଏବଂ ୧୦ ପ୍ରତିଶତ ଟିକସ ମଧ୍ୟରେ ସୀମିତ ରଖିବା ପାଇଁ ନିଷ୍ପତି ନିଆଯାଇଛି ।

ଏବେ ଆପଣଙ୍କ ଯଦି ଗାଡ଼ି କିଣୁଛନ୍ତି କ୍ୟାବିନେଟ ନିଷ୍ପତି ଅନୁସାରେ ୫ଲକ୍ଷରୁ କମ ଦାମର ନୂଆ ଗାଡ଼ି ଉପରେ ୬ ପ୍ରତିଶତ ଟ୍ୟାକ୍ସ, ୫ରୁ ୧୦ଲକ୍ଷ ଦାମର ଗାଡ଼ି ଉପରେ ୮ ପ୍ରତିଶତ ଟ୍ୟାକ୍ସ ଏବଂ ୧୦ଲକ୍ଷରୁ ଅଧିକ ମୂଲ୍ୟର ଗାଡ଼ି ଉପରେ ୧୦ ପ୍ରତିଶତ ଟ୍ୟାକ୍ସ ଆପଣଙ୍କୁ ଦବାକୁ ପଡିବ ବୋଲି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ତେବେ ପୂର୍ବରୁ ୫ଟି ବର୍ଗ ହିସାବରେ ଆଦାୟ ହେଉଥିବା ଟିକସ ଯୋଗୁଁ ଉଚ୍ଚ ମୁଲ୍ୟ ଗାଡ଼ିର ବିକ୍ରୀ ରାଜ୍ୟରେ କମିଥିବା ସୁଚନା ମିଳିଛି । ଯାହାଦ୍ୱାରା ସରକାରଙ୍କ ଟିକସ ଅଭିବୃଦ୍ଧି ଲକ୍ଷ୍ୟ ପୂରଣରେ ବାଧା ଉପୁଜିଛି । ତେଣୁ ସରକାର ମୋଟର ଯାନ ଆଇନ ୧୯୭୫ର ଧାରା ୧୫କୁ ସଂଶୋଧନ କରି ଏହି ଟିକସ ବର୍ଗରେ କୋହଳ କରିଛନ୍ତି । ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଛି ।