ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ :  ସଚିବାଳୟରେ ବସିଥିବା ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ ବୈଠକ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୬ଟି ପ୍ରସ୍ତାବ ଉପରେ ମୋହର ବାଜିଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା , ଗ୍ରାମ ପଂଚାୟତ ଆଇନ ସଂଶୋଧନ ପ୍ରସ୍ତାବ ମଧ୍ୟ କ୍ୟାବିନେଟ ବୈଠକରେ ଆଗତ ହୋଇଥିବା ଜଣାପଡିଛିି । ଏହି ସଂଶୋଧିତ ଆଇନ  ବଳରେ ପ୍ରାୟ ୫ଶହ ନୂଆ ପଂଚାୟତ ଗଠନ କରାଯିବାର ସମ୍ଭାବନା ରହିଛି । ସେହିପରି ବିହାର ଓଡିଶା ତୀର୍ଥ ସ୍ଥାନ ଆଇନର ସଂଶୋଧନ ପ୍ରସ୍ତାବ, କୃତି କ୍ରୀଡାବିତ୍ ନିଯୁକ୍ତି ପ୍ରସ୍ତାବ ଉପରେ ମୋହର ବାଜିଥିବା ଜଣାପଡିଛି । ଏହାସହ ସମବାୟ ବିଭାଗ ପକ୍ଷରୁ ଆସିଥିବା ଆସ୍କା ଚିନିକଳ ପାଇଁ ୧୫ କୋଟି ଟଙ୍କାର କ୍ୟାସþ କ୍ରେଡିଟ୍ ଲୋନþ ପ୍ରସ୍ତାବ ମଂଜୁରୀ ହୋଇଥିବା ସୂଚନା ରହିଛି ।