ଓଡିଶାରେ ହେବ ବିଧାନ ପରିଷଦ । ରାଜ୍ୟ କ୍ୟାବିନେଟର ଐତିହାସିକ ନିଷ୍ପତି, ଚଳିତ ମୌସୁମୀ ଅଧିବେସନରେ ହେବ ଆଗତ

55

କନକ ବ୍ୟୁରୋ: ଓଡିଶାରେ ହେବ ବିଧାନ ପରିଷଦ । ରାଜ୍ୟରେ ବିଧାନ ପରିଷଦ ଗଠନକୁ ନେଇ ଆଜି କ୍ୟାବିନେଟ୍ ମଂଜୁରୀ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏ ସଂପର୍କିତ ରିଜୋଲ୍ୟୁସେନ ଆଣିବାକୁ ନିଷ୍ପତି ନିଆଯାଇଛି । । ତେବେ ବିଧାନ ପରିଷଦ ବିଲ୍ କୁ ଆସନ୍ତା ୪ ତାରିଖରୁ ହେବାକୁଥିବା ବିଧାନସଭା ମୌସୁମୀ ଅଧିବେସନରେ ଆଗତ କରାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି । ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ମଂଜୁରୀ ମିଳିଛି । ବିଧାନ ପରିଷଦ ଗଠନ ପାଇଁ ବିଧାନସଭାରେ ଆସିବ ସଂକଳ୍ପ । ୪୯ ସଦସ୍ୟଙ୍କୁ ବିଧାନପରିଷଦ ଗଠନ ହେବ ।

ଏହା ସହ ରାଜ୍ୟ କ୍ୟାବିନେଟ ବୈଠକରେ ୮ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ରାଜ୍ୟରେ ଜିଏସଟିର ପ୍ରବର୍ତ୍ତନ ଫଳରେ ପ୍ରଚଳିତ ବହୁସ୍ତରୀୟ ତଥା ଜଟିଳ ପରୋକ୍ଷ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇ ଏକ ସରଳ ସ୍ୱଚ୍ଛ ଏବଂ ପ୍ରଜୁକ୍ତି ବିଦ୍ୟା ସମ୍ପନ ଟିକସ ବ୍ୟବସ୍ଥା ପାଇଁ କ୍ୟାବିନେଟରେ ମୋହର । ଏହାସହ ରାଜ୍ୟରେ ହିନ୍ଦୁ ଧର୍ମାନୁଷ୍ଠାନଗୁଡିକର ସ୍ୱାର୍ଥ ସୁରକ୍ଷା ପାଇଁ ଓଡିଶା ହିନ୍ଦୁ ଦେବୋତ୍ତର ଅଧି ନିୟମ ୧୯୫୧କୁ ସଂଶୋଧନ କରାଗଲା । ଯାହାଦ୍ୱାରା କୌଣସି ହିନ୍ଦୁ ଧର୍ମାନୁଷ୍ଠାନ ପାଇଁ ଯେ କୌଣସି ପରିକଳ୍ପନା ପ୍ରସ୍ତୁତ କରିବା ସହ ଉତ୍ତମ ସେବା ପାଇଁ ସରକାରୀ ଅଧିକ।।ରୀଙ୍କୁ ନ୍ୟାସୀ ରୂପେ ମନୋନୀତ କରି ପାରିବେ । ସେହିଭଳି କଳିଙ୍ଗ ଶିକ୍ଷା ସାଥୀ ସୁଧ ରିହାତିରେ ପରିବର୍ତ୍ତନ କରାଯାଇଛି । ଏହି ଯୋଜନାରେ ଛାତ୍ରଛାତ୍ରୀମାନଙ୍କୁ ଅନୁସୂଚିତ ବ୍ୟାଙ୍କମାନଙ୍କଠାରୁ ଦିଆଯାଉଥିବା ଶିକ୍ଷାଋଣ ସୁଧ ପରିଶୋଧର ସମୟ ଅବଧି ବୃଦ୍ଧି କରାଗଲା ।

ସେହିପରି ଓଡିଶା ଅବକାରୀ ସେବା ନିୟମ ୨୦୦୨କୁ ସଂଶୋଧନ କରାଯାଇଛି । ଯାହାର ଅଧାରରେ ୩୧ଟି ଅବାକରୀ ଅଧୀକ୍ଷକ ପଦବୀକୁ ଅବକାରୀ ଉପ-ଅଧୀକ୍ଷକମାନଙ୍କ ପଦୋନ୍ନତି ଆଧାରରେ ପୂରଣ କରିବା ପାଇଁ ମୋହର । ଏବଂ ବିହାର ଏବଂ ଓଡିଶା ତୀର୍ଥସ୍ଥାନ ନିୟମ , ୧୯୨୦ ଅନୁସାରେ ପ୍ରସ୍ତାବ । ତୀର୍ଥ ଯାତ୍ରୀମାନଙ୍କ ରହଣୀ ସ୍ଥାନର ଉତ୍ତମ ପରିମଳ ବ୍ୟବସ୍ଥା ଏବଂ ସେମାନେ ରହୁଥିବା ଗୃହ ଗୁଡିକ ନିୟମ ଅଧିନସ୍ଥ ଅଟେ । ତେଣୁ ଏଗୁଡିକୁ ଗୁରୁତ୍ୱ ଦେବା ପାଇଁ କ୍ୟାବିନେଟରେ ନିଷ୍ପତି ।