ଦିଲ୍ଲୀ ଦଙ୍ଗା ନେଇ ଗୃହରେ ଜବାବ ରଖିଲେ କେନ୍ଦ୍ର ଗୃହମନ୍ତ୍ରୀ । କହିଲେ, ହିଂସା ଭିଆଇଥିବା ଅସାମାଜିକ ଲୋକଙ୍କୁ ଛଡାଯିବନି । ସମସ୍ତଙ୍କୁ ଧରିବାକୁ ଗଠନ ହୋଇଛି ୪୦ଟି ଟିମ୍

125

କନକ ବ୍ୟୁରୋ: ଦିଲ୍ଲୀ ଦଙ୍ଗା ନେଇ ସଂସଦରେ ଜବାବ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଦଙ୍ଗା ବେଳର ସ୍ଥିତି ଓ ତା ପରର ସ୍ଥିତି ନେଇ ଗୃହରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଦୋଷୀଙ୍କୁ ଗିରଫ କରିବା ପାଇଁ ୪୦ଟି ଟିମ୍ ଗଠନ କରାଯାଇଥିବା ବେଳେ ସିଏଏ ପ୍ରସଙ୍ଗରେ ମୁସଲମାନଙ୍କୁ ଭ୍ରମିତ କରାଯାଉଥିବା କହିଛନ୍ତି ଅମିତ ଶାହା ।

ତେବେ ୨୫ ଫେବ୍ରୁୟାରୀ ପରେ ହିଂସାର କୌଣସି ଘଟଣା ଘଟି ନଥିବା ବେଳେ ହିଂସା ଉପରେ କାବୁ କରିଥିବା ଯୋଗୁଁ ପୋଲିସର ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ । ହିଂସା ପଛର ଷଡଯନ୍ତ୍ରର ମଧ୍ୟ ଛାନଭିନ ଜାରି ରହିଥିବା ବେଳେ ହିଂସାର କୌଣସି ଦୋଷୀଙ୍କୁ ସରକାର ଛାଡିବେ ନାହିଁ । ଉପଯୁକ୍ତ ପ୍ରମାଣ ପରେ ଗିରଫଦାରୀ କରାଯିବ ବୋଲି ସ୍ପଷ୍ଟ ଭାବେ କହିଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ।

ଏହାସହ ଦଙ୍ଗା ପ୍ରଭାବିତ ଅଂଚଳକୁ ଯିବା ପାଇଁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ସେ କହିଥିବା ଗୃହରେ ସୂଚନା ଦେଇଛନ୍ତି ଅମିତ ଶାହା । ଏହାସହ ପୁଣିଥରେ ସିଏଏରେ ନାଗରିକତା ଯିବାର କୌଣସି ପ୍ରାବଧାନ ନାହିଁ ବୋଲି ଦୋହରାଇଛନ୍ତି ଅମିତ ଶାହା । ତେବେ ସିଏଏର ଭୟଙ୍କର ନିାଁରେ ଦିଲ୍ଲୀରେ ଅନେକ ଜୀବନ ଜାଳିପୋଡି ଛାରଖାର ହୋଇଛି ।