ଆର୍ଥିକ ରୂପେ ଦୁର୍ବଳ ଣ୍ରେଣୀକୁ ମିଳିଲା ବଡ ଆଶ୍ୱସ୍ଥି : ପ୍ରାଇଭେଟ୍ ହସପିଟାଲ କରିବେ ଗରୀବଙ୍କ ମାଗଣା ଚିକିତ୍ସା, ସୁପ୍ରିମକୋର୍ଟ ଦେଲେ ଆଦେଶ

15

ଦିଲ୍ଲୀରେ ଥିବା ଯେଉଁ ପ୍ରାଇଭେଟ୍ ହସପିଟାଲକୁ ସରକାର ଶସ୍ତା ଦରରେ ଜମି ଦେଇଛନ୍ତି, ତାଙ୍କୁ ସମାଜର ଦୁର୍ବଳ ବିଭାଗର ମାଗଣା ଚିକିତ୍ସା କରିବାକୁ ପଡିବ ବୋଲି ସୁପ୍ରିମ କୋର୍ଟ କହିଛନ୍ତି । ଆମ ଆଦମୀ ପାର୍ଟି ଅଦାଲତର ନିଷ୍ପତ୍ତିକୁ ସ୍ୱାଗତ ଜଣାଇଛନ୍ତି ।

ସୁପ୍ରିମକୋର୍ଟ ଆଜି ଦିଲ୍ଲୀର ଗରୀବ ଲୋକଙ୍କୁ ବଡ ଆଶ୍ୱସ୍ଥି ଦେଇ କି କହିଲେ କି ଯେଉଁ ପ୍ରାଇଭେଟ୍ ହସପିଟାଲକୁ ସରକାର ଶସ୍ତା ଦରରେ ଜମି ଦେଇଛନ୍ତି, ତାଙ୍କୁ ସମାଜର ଦୁର୍ବଳ ବିଭାଗର ମାଗଣା ଚିକିତ୍ସା କରିବାକୁ ପଡିବ । ପ୍ରାଇଭେଟ୍ ହସପିଟାଲ ତାଙ୍କ ଦାୟିତ୍ୱରୁ ଓହରିପାରିବେନି । ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି କି ଆର୍ଥିକ ରୂପେ ଦୁର୍ବଳ ଣ୍ରେଣୀକୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ମାଗଣା ଚିକିତ୍ସା କରିବାକୁ ପଡିବ ।

ଯଦି କୈାଣସି ହସପିଟାଲ ଏହି ମାନକ ଅନୁସାରେ ମାଗଣା ଚିକିତ୍ସା କରିବାକୁ ମନା କରନ୍ତି, ତା’ ହେଲେ ତାଙ୍କ ଲିଜ୍ ରଦ୍ଦ କାରାଯାଇପାରିବ । ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏମିତି ଆଦେଶ ଦେଇସାରିଛି । ପ୍ରାଇଭେଟ୍ ହସପିଟାଲ ଗୁଡିକ ସୁପ୍ରିମକୋର୍ଟକୁ ଚ୍ୟାଲେଂଜ କରିଛନ୍ତି । ଏବେ ଠାରୁ ଦିଲ୍ଲୀର ପ୍ରତ୍ୟେକ ପ୍ରାଇଭେଟ୍ ହସପିଟାଲ ଉପରେ ସୁପ୍ରିମକୋର୍ଟର ଏହି ଆଦେଶ ଲାଗୁ ହେବ ।