ଦଣ୍ଡ ଭୟରେ ଦେଶ ଛାଡିଲେ ଜଜ୍ ! ଅଦାଲତ ଅବମାନନା ଅଭିଯୋଗରେ ଜଷ୍ଟିସ କର୍ଣ୍ଣନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ସୁପ୍ରିମକୋର୍ଟ

25

କନକ ବ୍ୟୁରୋ: ସୁପ୍ରିମକୋର୍ଟ ଜେଲଦଣ୍ଡାଦେଶ ଶୁଣାଇବା ପରେ ଗିରଫଦାରିରୁ ବଂଚିବାକୁ ଜଷ୍ଟିସ କର୍ଣ୍ଣନ ନେପାଳ କିମ୍ବା ବାଂଲାଦେଶ ଫେରାର ହୋଇଯାଇଛନ୍ତି । କର୍ଣ୍ଣନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ କୋଲକାତା ପୋଲିସ ଚଢାଉ କରୁଛି । ଅନ୍ୟପଟେ ବିଦେଶ ଫେରାର ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଏସ କର୍ଣ୍ଣନଙ୍କ ଲିଗାଲ ଆଡଭାଇଜର । ରାଷ୍ଟ୍ରପତି ମାମଲାରେ ହସ୍ତକ୍ଷେପ କରିବାକୁ ମନା କଲେ ବିକଳ୍ପ ବ୍ୟବସ୍ଥା ଉପରେ ବିଚାର କରାଯିବ ବୋଲି ଆଡଭାଇଜର କହିଛନ୍ତି । ଏପରିକି ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଇଂଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ ଯିବା ଉପରେ କର୍ଣ୍ଣନଙ୍କ ଟିମ ବିଚାର କରୁଛନ୍ତି । ତେବେ ଏଥିପାଇଁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜିଙ୍କ ଅନୁମତି ଲୋଡା ।