ବିଧାନସଭାରେ ଜାତୀୟ ସଂଗୀତ ଅସମ୍ମାନ ପ୍ରସଙ୍ଗ : ଦୁଃଖ ପ୍ରକାଶ କଲେ ବିଧାୟକ ବ୍ୟୋମକେଶ

20

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିଧାନସଭାରେ ଜାତୀୟ ସଂଗୀତକୁ ଅସମ୍ମାନ ପ୍ରସଙ୍ଗରେ ଦୁଃଖ ପ୍ରକାଶ କରିଛନ୍ତି ବିଧାୟକ ବ୍ୟୋମକେଶ ରାୟ। ବାଚସ୍ପତିଙ୍କ ଆଗରେ ଗୃହରେ ସେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିବା କହିଛନ୍ତି । ଜାତୀୟ ସଂଗୀତ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି। ଆଗକୁ ଏଭଳି କାମ ଆଉ ହେବନାହିଁ ବୋଲି ସେ ସୂଚନା ଦେଇଛନ୍ତି ।

ବୁଧବାର ମୌସୁମୀ ଅଧିବେଶନ ଆରମ୍ଭ ହେବା ବେଳେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ସେପଟେ ଜାତୀୟ ସଂଗୀତ ଆରମ୍ଭ ହୋଇଯାଇଥାଏ ଏବଂ ଏପଟେ ବିଜେଡି ବିଧାୟକ ମାନେ ନାରାବାଜି କରୁଥାନ୍ତି। ବିଧାୟକ ବ୍ୟୋମକେଶ ରାୟ ଜାତୀୟ ସଂଗୀତ ଗାନ ବେଳେ ନାରାବାଜି କରୁଥିବା ବିରୋଧୀ ଅଭିଯୋଗ ଆଣିଥିଲେ । ତେବେ କିଛି ସମୟ ପରେ ସମସ୍ତେ ଚୁପ ହୋଇଯାଇଥିଲେ ଏବଂ ଜାତୀୟ ସଂଗୀତ ଶେଷ ହୋଇଥିଲା।

ସେପଟେ ବିଧାନସଭାରେ ବିଧାୟକ ବ୍ୟୋମକେଶ ରାୟ ଜାତୀୟ ସଂଗୀତକୁ ଅବମାନନା କରିବାକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ କ୍ୟାପିଟାଲ ଥାନାରେ ଅଭିଯୋଗ କରାଯାଇଛି । ଶାସକ ଦଳର ବିଧାୟକଙ୍କ ଏଭଳି ହୀନକାର୍ଯ୍ୟକୁ ଛାତ୍ର କଂଗ୍ରେସ ନିନ୍ଦା କରିବା ସହିତ ତୁରନ୍ତ ତାଙ୍କୁ ଗିରଫ ଦାବୀ କରିଛି। ଯଦି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆନଯାଏ ଆନ୍ଦୋଳନକୁ ତୀବ୍ର କରିବ ବୋଲି ସଂଗଠନ ଚେତାବନୀ ଦେଇଛି।