ରୋମାନ୍ସ କରିବେ ବୁଦ୍ଧାଦିତ୍ୟ

81

କିଛି ବର୍ଷର ଗ୍ୟାପ୍ ପରେ ପୁଣି ଥରେ ରୋମାଂଟିକ କ୍ୟାରେକ୍ଟରରେ ଦର୍ଶକଙ୍କ ସାମ୍ନାକୁ ଆସୁଛନ୍ତି ଓଲିଉଡ ହ୍ୟାଣ୍ଡସମ୍ ହଙ୍କ୍ ବୁଦ୍ଧାଦିତ୍ୟ । ଅପକମିଙ୍ଗ ଓଡିଆ ମୁଭି ବାଏ ବାଏ ଦୁବାଇରେ ଜଣେ ଲଭର ବଏ ଚରିତ୍ରରେ ନଜର ଆସୁଛନ୍ତି ବୁଦ୍ଧାଦିତ୍ୟ । ମୁଭିରେ ରୋମାନ୍ସ ସହ ଭରପୁର କମେଡି ମଧ୍ୟ ଥିବା କହିଛନ୍ତି ବୁଦ୍ଧାଦିତ୍ୟ । ମୁଭିର କାହାଣୀ ଦୁବାଇରେ ରହୁଥିବା ଜଣେ କୋଟିପତି ଆଉ ଶାନ୍ତ ସ୍ୱଭାବର ତରୁଣକୁ ନେଇ ଗତିଶୀଳ । ଯିଏ ପ୍ରେମରେ ପଡି ନିଜର ପେମିକାକୁ ଫଲୋ କରି ଦୁବାଇରୁ ଆସିଛନ୍ତି ଭାରତ । ତେବେ ତା ପରେ କାହାଣୀରେ ଆସି ଯାଇଛିି ଟ୍ୱିଷ୍ଟ । ପ୍ରେମିକାକୁ ନେଇ ଅଡୁଆରେ ପଡି ଯାଇଛନ୍ତି ସେହି କୋଟିପତି । ମୁଭିରେ ବୁଦ୍ଧାଦିତ୍ୟଙ୍କ ବ୍ୟତୀତ ମୁଖ୍ୟ ଭୁମିକାରେ ଅଛନ୍ତି ଓଲିଉଡର ପପୁଲାର ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା । ଅକ୍ଷୟ ପରିଜାଙ୍କ ପ୍ରଯୋଜନାରେ ନିର୍ମିତ ଏହି ମୁଭିର ନିର୍ଦେଶନା ଭାର ତୁଲାଇଛନ୍ତି ବସନ୍ତ ସାହୁ  ।