ଫିଲ୍ମି ଫ୍ରାଇଡେରେ ରିଲିଜ ହୋଇଛି ଓଲିଉଡ ଫିଲ୍ମ “ବାୟ ବାୟ ଦୁବାଇ’

93

ଫିଲ୍ମି ଫ୍ରାଇଡେରେ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଓଲିଉଡ ଫିଲ୍ମ “ବାୟ ବାୟ ଦୁବାଇ ‘। ଫିଲ୍ମର ଲିଡ ରୋଲରେ ଓଲିଉଡର ହିଟ ଯୋଡି ସବ୍ୟସାଚି , ଅର୍ଚିତା ଓ ବୁଦ୍ଧ୍ୟାଦିତ୍ୟ ନଜର ଆସିଛନ୍ତି । ଏମାନଙ୍କ ବ୍ୟତିତ ମିହିର ଦାସ , ବିଜୟ ମହାନ୍ତି, ଅନିତା ଦାସ ପପୁ ପମପମ ପ୍ରମୁଖ ଗୁରୁତ୍ୱପୁର୍ଣ୍ଣ ଭୂମିକାରେ ଅଛନ୍ତି । ଫିଲ୍ମର ଅଧିକାଂଶ ସୁଟିଙ୍ଗ ଦୁବାଇରେ ହୋଇଥିବାରୁ ପ୍ରଥମ ଥର ପାଇଁ ଦର୍ଶକ ଓଡିଆ ଫିଲ୍ମରେ ଫରେର୍ଣ୍ଣ ଲୋକେସନର ମଜା ଉଠାଇପାରିବେ ।ଏହାଛଡା ପମି, ତପୁ ମିଶ୍ର, ବିଭୁ କିଶୋରଙ୍କ ଭଳି ନାମି ଦାମି ସିଙ୍ଗରଙ୍କ ଭଏସ ଶୁଣିବାକୁ ମିଳିଛି ଏହି ଫିଲ୍ମରେ । ବିବାଦ ପରେ ପପୁଙ୍କ ଏହା ପ୍ରଥମ ଫିଲ୍ମ ଥିବାରୁ ଦର୍ଶକ ଏହାକୁ ନେଇ ବେଶ ଉସୁôକ ଥିବା ଦେଖିବାକୁ ମିଳିଛି । ଓଲିଉଡର ଏହି ହାଇ ବଜେଟ ଫିଲ୍ମର ନିର୍ଦେଶନା ଦେଇଛନ୍ତି ଭେଟରେନ୍ ନିର୍ଦେଶକ ବସନ୍ତ ସାହୁ ।