ଆଜି ବିଜେଡିର ବ୍ୟାସନଗର ପରୀକ୍ଷା : ପୌର ପରିଷଦ ଚାଲିଯିବା ଭୟରେ୧୬ କାଉନସିଲରଙ୍କ ଉପରେ ହୁଇପ୍ ଜାରି

27

vlcsnap-2016-09-07-09h06m37s718କନକ ବ୍ୟୁରୋ : ବିଜେଡି ପାଇଁ ଆଜି ଅଗ୍ନିପରୀକ୍ଷା । ଗୋଟାଏ ପରେ ଗୋଟାଏ ପୌର ପରିଷଦ ହାତରୁ ଯିବା ପରେ, ଏବେ ବ୍ୟାସନଗର ପାଳି । ସବିତା ରାଉତ ପୌରାଧ୍ୟକ୍ଷା ପଦରେ ରହିବେ ନା ନାହିଁ ସେନେଇ ଆଜି ଚୂଡାନ୍ତ ହେବ । ଜଣେ ସ୍ୱାଧୀନ କାଉନସିଲରଙ୍କ ସହ ୯ କଂଗ୍ରେସ କାଉନସିଲର, ଅଧ୍ୟକ୍ଷାଙ୍କ ବିରୋଧରେ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ ।

ଭୋଟିଂ ପାଇଁ ଆଜିର ଦିନ ସ୍ଥିର ହୋଇଥିବାବେଳେ ଅନାସ୍ଥା ସପକ୍ଷରେ ଭୋଟ ଦେବାକୁ କଂଗ୍ରେସ ତାର ସମସ୍ତ କାଉନସିଲରଙ୍କୁ ହ୍ୱିପ ଜାରି କରିସାରିଛି । ଆଉ ଏହାରି ଭିତରେ ବିଜେଡି ମଧ୍ୟ ହୁଇପ ଜାରି କରି, ଏହାର ସମସ୍ତ କାଉନସିଲରଙ୍କୁ ଅନାସ୍ଥା ଭୋଟିଂରୁ ଦୂରେଇ ରହିବାକୁ କହିଛି । ଦଳ ସୁପ୍ରିମୋଙ୍କ ହୁଇପକୁ ସମସ୍ତେ ମାନିବେ ବୋଲି କହିଛନ୍ତି। ହେଲେ ଚର୍ଚ୍ଚା ହେଉଛି ଦୁଇ ଦୁଇ ଥର ଯାଜପୁରରେ ବରିଷ୍ଠ ମନ୍ତ୍ରୀ ଡେରା ପକାଇ ବିବାଦ ଥମାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ ।

ଆଜିର ଅନାସ୍ଥା ଭୋଟରେ ବିଜେଡି କାଉନସିଲର ସାମିଲ ହେବେ ନାହିଁ କିନ୍ତୁ ୭ ଦିନ ଭିତରେ ସବିତା ରାଉତ ଅଧ୍ୟକ୍ଷା ପଦ ଛାଡିବେ ବୋଲି ସର୍ତ ରଖାଯାଇଥିବା ମଧ୍ୟ ଶୁଣିବାକୁ ମିଳୁଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –