ଓଜନ ବଢିବାକୁ ନେଇ ଚିନ୍ତାରେ ଅଛନ୍ତି କି ? କରନ୍ତୁ ଏହି କାମ, ନିୟନ୍ତ୍ରଣକୁ ଆସିବ ଓଜନ ।

27

ମୋଟାପଣ ଆଜିକାଲି ସମସ୍ତଙ୍କ ପାଇଁ ଏକ ସମସ୍ୟା ପାଲଟି ଗଲାଣି । ଅଧିକାଂଶ ଲୋକ କମ ଖାଇ ମଧ୍ୟ ମୋଟାପଣର ଶିକାର ହେଉଛନ୍ତି । ଏଥିପାଇଁ ଲୋକମାନେ ଖାଦ୍ୟପେୟରେ ନିୟନ୍ତ୍ରଣ କରି ମଧ୍ୟ ସେମାନଙ୍କୁ କୌଣସି ସୁଫଳ ମିଳୁ ନାହିଁ । କିନ୍ତୁ ଏହାର ପ୍ରକୃତ କାରଣ ହେଉଛି ଜଙ୍କ ଫୁଡ଼୍ । ଘର ତିଆରି ଖାଦ୍ୟ ନ ଖାଇ ଲୋକମାନେ ବାହାର ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି । ଯାହା ଫଳରେ ସେମାନଙ୍କ ଶରୀରର ଓଜନ ବଢ଼ିବା ସହ ପେଟ ମଧ୍ୟ ବଢ଼ୁଛି । ଆପଣମାନେ ଆପଣଙ୍କ ଅଜାଣତରେ ଏମିତି କିଛି ଜିନିଷ ଖାଇଥାନ୍ତି ଯାହାଦ୍ୱାରା ଆପଣଙ୍କ ଶରୀରର ଓଜନ ବଢ଼ିଥାଏ ।

୧. ଆଳୁ ଚିପ୍ସ ଖାଇବାକୁ ଆଜିକାଲି ସବୁ ଯୁବକ-ଯୁବତୀମାନେ ପସନ୍ଦ କରୁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ? ପେଟରେ ଚର୍ବି ବଢ଼ାଇବା ପାଇଁ ଆଳୁ ଚିପ୍ସର ଭୂମିକା ଅଧିକ । ଏଥିରେ ସାଚୁରେଟେଡ଼୍ ଫ୍ୟାଟ୍ ଏବଂ କ୍ୟାଲୋରି ରହିଥାଏ । ଯାହା ଏବଡ଼ୋମିନଲ ଫ୍ୟାଟକୁ ଶୀଘ୍ର ବଢ଼ାଇଥାଏ । ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି ହିଁ ଆଳୁ ଚିପ୍ସ ଖାଇବା ବନ୍ଦ କରନ୍ତୁ ।

୨. ବେଳେ ବେଳେ ଲୋକମାନେ ଓଜନ କମ କରିବା ପାଇଁ ଡ଼ାଏଟ୍ ସୋଡ଼ା ପିଇବା ଆରମ୍ଭ କରିଥାନ୍ତି । କିନ୍ତୁ ଏହାକୁ ପିଇବା ଦ୍ୱାରା ଖୁବ୍ ଶୀଘ୍ର ପେଟରେ ଚର୍ବି ବଢ଼ିଥାଏ । ଡ଼ାଏଟ୍ ସୋଡ଼ାରେ କମ କ୍ୟାଲୋରି ଥିବା ଭାବି ଲୋକମାନେ ଏହାକୁ ପିଇଥାନ୍ତି । କିନ୍ତୁ ଏହାକୁ ଅଧିକ ପିଇବା ଦ୍ୱାରା ଶରୀରରେ କ୍ୟାଲୋରି ଜମା ହୋଇ ପେଟର ଚର୍ବିକୁ ବଢ଼ାଇଥାଏ ।

୩. ପିଜ୍ଜା ଖାଇବା ଆଜିକାଲି ସବୁ ଯୁବପିଢ଼ିଙ୍କୁ ପସନ୍ଦ । କିନ୍ତୁ ଏହାକୁ ଖାଇବା ଦ୍ୱାରା ଶରୀରର ଓଜନ ବଢ଼ିଥାଏ । ଏଥିରେ ଥିବା ସାଚୁରେଟେଡ଼୍ ଫ୍ୟାଟ୍ ପେଟର ଚର୍ବିକୁ ବଢ଼ାଇବାରେ ସାହାଯ୍ୟ କରିଥାଏ ।