ଆପଣାନ୍ତୁ ଏହି ୫ଟି ଉପାୟ ! ଶସ୍ତାରେ ପାଇପାରିବେ ପେଟ୍ରୋଲ ଏବଂ ଡିଜେଲ ।

33

ତେଲ ଦର ଦିନକୁ ଦିନ ବଢିବାରେ ଲାଗିଛି । ପେଟ୍ରୋଲ ଏବଂ ଡିଜେଲର ଦର କ୍ରମାଗତ ଭାବେ ବଢିବା କାରଣରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୋମବାର ଦିନ ପେଟ୍ରୋଲ ଦର ୩୩ ରୁ ୩୪ ପଇସା ବଢିଥିବା ବେଳେ ଡିଜେଲ ଦର ୨୫ ରୁ ୨୭ ପଇସା ବଢିଛି । ଏହା ସହିତ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୭୬.୫୭ ଟଙ୍କା ଥିବା ବେଳେ ଡିଜେଲ ଦର ଲିଟର ପିଛା ୬୭.୮୨ ଟଙ୍କାରେ ପହଞ୍ଚିଛି । ତେବେ ଯଦି ଆପଣ ଏହି ଦରବୃଦ୍ଧି ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ ଏହି ୫ଟି ମାଧ୍ୟମକୁ ଅନୁସରଣ କରି ଆପଣ ପେଟ୍ରୋଲ ସମସ୍ୟାରୁ ମୁକ୍ତି ପାଇବା ସହ  ଲାଭବାନ ହୋଇପାରିବେ ।

 ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ : 

ଯଦି ଆପଣ ପେଟ୍ରୋଲ ଏବଂ ଡିଜେଲ କିଣିବାକୁ ଯାଉଛନ୍ତି ତେବେ ନଗଦ ଟଙ୍କା ନଦେଇ ଡେବିଟ କିମ୍ବା କ୍ରେଡିଟ କାର୍ଡ ଦ୍ୱାରା ପେମେଣ୍ଟ କରିବା ଉଚିତ । କାର୍ଡ ଦ୍ୱାରା ପେମେଣ୍ଟ କରିବା ଦ୍ୱାରା ଆପଣଙ୍କୁ ୦.୭୫ ପ୍ରତିଶତର ଛାଡ ମିଳିପାରିବ । ସେଥିପାଇଁ କ୍ୟାସଲେସ ପେମେଣ୍ଟ କରିବା ଉଚିତ ।

ଭିମ ଆପ :

ପ୍ରତି ମାସରେ ଭିମ ଆପ ଆପଣଙ୍କୁ ୭୫୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ଦେଇଥାଏ । ଆପଣ ପେଟ୍ରୋଲ ଏବଂ ଡିଜେଲ କିଣନ୍ତୁ କିମ୍ବା ଆଉ କିଛି ଏହି ଆପ ଆପଣଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରିଥାଏ । ଏହି ଆପ ମାଧ୍ୟମରେ ପେଟ୍ରୋଲ ଡିଜେଲ ପକାଇବା ଦ୍ୱାରା ଆପଣଙ୍କୁ ମାସକୁ ୭୫୦ ଟଙ୍କା କ୍ୟାସବ୍ୟାକ ମିଳିପାରିବ । ଯଦି ଆପଣ ପ୍ରଥମ ଥର ଏହି ଆପକୁ ଡାଉନଲୋଡ କରୁଛନ୍ତି ତେବେ ପ୍ରଥମ ଥର ପେଟ୍ରୋଲ ପକାଇବା ମାତ୍ରେ ଆପଣଙ୍କୁ ୫୧ ଟଙ୍କା ମିଳିବ । ଆପଣ ୨୦ ଟଙ୍କାର ପେଟ୍ରୋଲ ପକାଇଲେ ମଧ୍ୟ ଆପଣଙ୍କୁ ୫୧ ଟଙ୍କା କ୍ୟାସବ୍ୟାକ ମିଳିବ ।

୧୦ ପ୍ରତିଶତ ମିଳିବ ଛାଡ :

ଯଦି ଆପଣ ମୋବିକ୍ୱିକ ମୋବାଇଲ ୱାଲେଟ ବ୍ୟବହାର କରୁଛନ୍ତି ତେବେ ଆପଣ ପେଟ୍ରୋଲ ଡିଜେଲ କିଣିବା ଦ୍ୱାରା ୧୦ ପ୍ରତିଶତ ଛାଡ ପାଇପାରିବେ । ୧୦ ପ୍ରତିଶତର ଛାଡ ପାଇବା ପାଇଁ ଆପଣଙ୍କୁ ୫୦ ଟଙ୍କାରୁ ଅଧିକ ପେଟ୍ରୋଲ ପକାଇବାକୁ ପଡିବ ।

ତେଲ କମ୍ପାନୀର ଅଫର :

ଯଦି ଆପଣଙ୍କୁ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲ କିଣିବାକୁ ପଡୁଛି କିମ୍ବା ଆପଣ ପେଟ୍ରୋଲ ଏବଂ ଡିଜେଲର ବ୍ୟବସାୟୀ ଅଟନ୍ତି, ଯେଉଁମାନଙ୍କୁ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲର ଅଧିକ ଆବଶ୍ୟକତା ପଡିଥାଏ । ତେବେ ସେହି କ୍ଷେତ୍ରରେ ଆପଣ କମ୍ପାନୀ ତରଫରୁ ମିଳୁଥିବା ବିଶେଷ ଅଫରର ଫାଇଦା ଉଠାଇପାରିବେ ।

କ୍ୟାସଲେସ ପେମେଣ୍ଟ :

ଯଦି ଆପଣ କ୍ୟାସଲେସ ପେମେଣ୍ଟ ମାଧ୍ୟମରେ ପେଟ୍ରୋଲ କିମ୍ବା ଡିଜେଲ କିଣୁଛନ୍ତି ତେବେ ଆପଣଙ୍କୁ ୦.୭୫ ପ୍ରତିଶତ ରିହାତି ମିଳିବ । ଏଥିପାଇଁ ଆପଣ କେବଳ କ୍ୟାସଲେସ ମାଧ୍ୟମରେ ପେମେଣ୍ଟ କରନ୍ତୁ ।