ରାଜନୀତିରେ ଯୋଦ୍ଧା ! କେନ୍ଦ୍ର ସରକାର କରିବେ ଦେଶର ପ୍ରଥମ ପ୍ରଜାମେଳିର ପୂର୍ତି ପାଳନ

42

କନକ ବ୍ୟୁରୋ : ପାଇକ୍ ବିଦ୍ରୋହର ଯୋଦ୍ଧାଙ୍କୁ ନେଇ ରାଜନୀତି । ଗତକାଲି କେନ୍ଦ୍ର ବଜେଟରେ ପାଇକ ବିଦ୍ରୋଦର ୨୦୦ ବର୍ଷ ପୂର୍ତି ସମାରୋହ କରିବା ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଘୋଷଣା କରିବା ପରେ ବକ୍ସି ଜଗବନ୍ଧୁ ଓ ପାଇକ ବିଦ୍ରୋହକୁ ଜାତୀୟ ସ୍ତରରେ ମାନ୍ୟତା ମିଳିଛି । ୧୮୧୭ ମସିହାରେ ହୋଇଥିବା ପାଇକ ବିଦ୍ରୋହର କଥା କହିବା ସହ ଏହାର ପୁରୋଧା ବକ୍ସି ଜଗବନ୍ଧଙ୍କୁ ମନେ ପକେଇଲେ ଜେଟଲୀ ।

କିନ୍ତୁ ଏହାର ଶ୍ରେୟ କିଏ ନେବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଦୀର୍ଘ ୧୭ ବର୍ଷ ଧରି ବିଜୁବାବୁଙ୍କ ନାଁରେ ରାଜ୍ୟରେ ଶାସନ କରୁଥିବା ବିଜେଡିଙ୍କୁ ବକ୍ସି କାର୍ଡ ଖେଳି ଚକମା ଦେଇଛି ବିଜେପି ବୋଲି ହେଉଛି ଚର୍ଚ୍ଚା ।

ଗତ ବର୍ଷ ଅଗଷ୍ଟ ମାସରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବକ୍ସି ଜଗବନ୍ଧୁଙ୍କ ଜନ୍ମମାଟି ଗଡ ରୋଡଙ୍ଗରେ ମନେପକେଇଥିଲେ ଏହି ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ । ଆଉ ବକ୍ସିଙ୍କ ନେତୃତ୍ୱରେ ଇଂରେଜ ଶାସନ ବିପକ୍ଷରେ ଦେଶର ପ୍ରଥମ ପ୍ରଜାମେଳିକୁ ମାନ୍ୟତା ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିବେ ବୋଲି ମଧ୍ୟ କହିଥିଲେ ।

ବିଜୁଙ୍କ ନାଁକୁ ବିଜେଡି ଦୀର୍ଘ ଦିନ ଧରି ରାଜ୍ୟ ରାଜନୀତିରେ ଅମୋଘ ଅସ୍ତ୍ର ଭାବେ ବ୍ୟବହାର କରିଆସିଛି । ସେପଟେ କ୍ଷମତାକୁ ଆସିବାକୁ ଚେଷ୍ଟା କରୁଥିବା ବିଜେପି ମଧ୍ୟ ଖେଳିଛି ବକ୍ସି କାର୍ଡ ।