ପ୍ରକୃତିର ନିଆରା ଦୃଶ୍ୟ ! ଟ୍ରାନ୍ସ-ମେକ୍ସିକୋ ଭୋଲକାନୋ ବେଲ୍ଟର ପାଇନ୍ ଓକ୍ ଜଙ୍ଗଲରେ ପ୍ରଜାପତିଙ୍କ ରାଜ୍

65

ପ୍ରକୃତିର ସବୁଠି ଭରି ରହିଛି ଅନେକ ଅଦ୍ଭୁତ ତଥ୍ୟ । ଆଉ ଏହି ପ୍ରକୃତିରେ ବନ୍ଧା ସମସ୍ତ ଜୀବ ଜଗତ । ଏମିତି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟର ଦୃଶ୍ୟ ଦେଖିବାକୁ ମିଳେ, ‘ଦ ମୋନାର୍ଚ ବଟରଫ୍ଲାଏ ବାଓସ୍ଫିଅର୍ ରିଜର୍ଭ’ରେ । ଟ୍ରାନ୍ସ-ମେକ୍ସିକୋ ଭୋଲକାନୋ ବେଲ୍ଟର ପାଇନ୍ ଓକ୍ ଜଙ୍ଗଲରେ ଅବସ୍ଥିତ ‘ଦ ମୋନାର୍ଚ ବଟରଫ୍ଲାଏ ବାଓସ୍ଫିଅର୍ ରିଜର୍ଭ’ । ୫୬ ହଜାର ହେକ୍ଟର୍ ଅଂଚଳର ଏହି ଜଙ୍ଗଲରେ ଅକ୍ଟୋବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଲକ୍ଷାଧିକ ପ୍ରଜାପତି ବାସକରିଥାନ୍ତି । ଯାହା ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ । ବାଓସ୍ପିୟରର ଲକ୍ଷ ପ୍ରଜାପତିଙ୍କ ପ୍ରାକୃତିକ ବାସକୁ ସୁରକ୍ଷା ଦେବା ।

ଅତ୍ୟଧିକ ଥଣ୍ଡା ସମୟରେ ପ୍ରଜାପତିମାନେ ଉତ୍ତର ପୂର୍ବ ଆମେରିକାରୁ ଏଠାକୁ ଚାଲି ଆସନ୍ତି । ପାଖାପାଖି ୬ମାସ ଧରି ଏହି ଜଙ୍ଗଲରେ ବାସ କରିଥାନ୍ତି । ଲକ୍ଷାଧିକ ପ୍ରଜାପତି ଟେକ୍ସାସରୁ, ମେକ୍ସିକୋର ଦକ୍ଷିଣକୁ ଆସିଥାନ୍ତି । ଏହାସହ ସିରିଆର ମେଡାର ଓରିଏନଂଟାଲ୍ ପର୍ବତମାଳାରୁ ଏହି ରିଜର୍ଭକୁ ଉଡି ଆସନ୍ତି । ଏହି ପ୍ରଜାପତିମାନେ ସାଧାରଣତଃ ପାଇନ୍ ଗଛରେ ସମବେତ ହୋଇଥାନ୍ତି । ଫଳରେ ଗଛର ରଙ୍ଗ ସବୁଜରୁ କମଳା ଭଳି ଦେଖାଯାଏ ଏବଂ ପ୍ରଜାପତିମାନଙ୍କ ଓଜନ ପାଇଁ ଗଛର ଡାଳ ଝୁଲିପଡେ । ବସନ୍ତ ଋତୁ ଆରମ୍ଭରେ ଏମାନେ ନିଜର ପ୍ରବାସ ଆମେରିକାରୁ ଆରମ୍ଭ କରି ବେଳେବେଳେ ପୂର୍ବ କାନାଡାରେ ସମାପ୍ତ କରିଥାନ୍ତି । ଏହି ଯାତ୍ରାର ସମୟରେ ପ୍ରଜାପତିଙ୍କ ୪ ପିଢୀ ଜନ୍ମଗ୍ରହଣ କରିଥାନ୍ତି ଏବଂ ମୃତ୍ୟୁବରଣ କରିଥାନ୍ତି । ଏହି ପ୍ରଜାପତିଙ୍କ ପ୍ରବାସ ନିର୍ଭର କରେ ପ୍ରାକୃତିକ ବାତାବରଣ ଉପରେ ।

ଏହି ଜଙ୍ଗଲର ଆବିଷ୍କାର ୧୯୭୫ ମସିହାରେ ପାଶ୍ଚାତ୍ୟ ଗବେଷକ ମାନେ କରିଥିଲେ । ୧୯୮୦ ଦର୍ଶକ ଏବଂ ୨୦୦୦ ମସିହା ରାଷ୍ଟ୍ରପତି ଶାସନ ସମୟରେ ଏହାକୁ ଫେଡରାଲ୍ ରିଜର୍ଭର ମାନ୍ୟତା ଦିଆଗଲା । ଏହି ସଂରକ୍ଷଣ ୧୯୮୦ ଜୀବ ମଣ୍ଡଳ ସଂରକ୍ଷଣ ଓ ୨୦୮ରେ ବିଶ୍ୱ ଐତିହ୍ୟ ରୂପେ ଘୋଷଣା କରାଗଲା । ଏହାର ପ୍ରାକୃିତକ ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ଏହି ସଂରକ୍ଷଣକୁ ସହରି ବାତାବରଣଠାରୁ ଦୂରରେ ରଖାଯାଇଛି । ଏହାର ଅଧିକାରୀମାନେ ସଦା ସର୍ବତା ବେଆଇନ୍ ଗଛକଟା ଓ ବେଆଇନ୍ ପର୍ଯ୍ୟଟନ ଉପରେ ନଜର ରଖିଥାନ୍ତି ।